• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସବୁ ଉଜାଡ଼ି ଦେଲା ସର୍ବଗିଳା ନିଆଁ । ଟିଭି, କମ୍ପ୍ୟୁଟର, ଖଟ, ଆଲମାରୀ, ଯାହା ସବୁ ଆସବାବପତ୍ର ଥିଲା, ସବୁ ଜଳିପୋଡ଼ି ପାଉଁଶ ହୋଇଗଲା। ଯୁଆଡ଼େ ଚାହିଁବେ, ସିଆଡ଼େ ଖାଲି କଳା ପାଉଁଶ । ଭୁବନେଶ୍ୱର ଭରତପୁର ସତ୍ୟନଗର ବସ୍ତିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । 

ନିଆଁ ଲାଗି  ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତି ପ୍ରାୟ ୮ଟାରେ ବସ୍ତିର ପ୍ଲଟ୍‌ 1581ରେ ଥିବା ଏକ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ।

ସର୍ଟ ସର୍କିଟରୁ ନିଆଁ ଲାଗି ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ନିଆଁରେ ସବୁକିଛି ଛାରଖାର ହୋଇଯାଇଛି । ଏହାରି ଭିତରେ ବଡ଼ ଝିଅ ବାହାଘର ପାଇଁ ପୂର୍ବରୁ ରଖା ଯାଇଥିବା ସୁନା ଅଳଙ୍କାର ଜଳିପୋଡ଼ି ନଷ୍ଟ ହୋଇଯାଇଥିବା ଘର ମାଲିକ କହିଛନ୍ତି । 

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ଘରେ ଆଉ କିଛି ନାହିଁ । ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଘର ମାଲିକ ।