Advertisment

PM Awas Yojana: ଆସନ୍ତା ୨୪ରୁ ରାଜ୍ୟରେ ଆବାସ ସର୍ଭେ, ଭିନ୍ନେ ହୋଇଥିବା ପୁଅ ବି ପାଇବେ PM ଆବାସ

୨୪ରୁ ଆବାସ ସର୍ଭେ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ । କୋହଳ ହେଲା ମାନଦଣ୍ଡ । ମୋଟର ସାଇକେଲ ଏବଂ ଫ୍ରିଜ୍ ଥିଲେ ବି ହୋଇପାରିବେ ସାମିଲ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଭିନ୍ନେ ପୁଅକୁ ବି ମିଳିବ ଆବାସ

ବାପାଠାରୁ ଭିନ୍ନେ ହୋଇଥିବା ପୁଅ ବି ପାଇବ ଆବାସ । ସ୍ୱାମୀଠାରୁ ଅଲଗା ରହୁଥିଲେ ବି ଆବାସ ପାଇଁ ଆବେଦନ କରିପାରିବେ ସ୍ତ୍ରୀ। ଖାଲି ସେତିକି ନୁହେଁ ଘରେ ମଟର ସାଇକେଲ ଓ ଫ୍ରିଜ୍ ଥିଲେ ବି ମିଳିବ ଆବାସ। ଏମିତି କିଛି କୋହଳ ମାନଦଣ୍ଡ ସହ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ସର୍ଭେ। ଆସନ୍ତା ୨୪ରୁ ଉଭୟ ଅଫଲାଇନ ଏବଂ ଅନଲାଇନ ସର୍ଭେ ଆରମ୍ଭ କରି ୨ ମାସରେ ସର୍ଭେ ସାରିବାକୁ ଲକ୍ଷ୍ୟ ରଖିଛି ପଞ୍ଚାୟତିରାଜ ବିଭାଗ ।

Advertisment

୨୪ରୁ ଆବାସ ସର୍ଭେ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ । କୋହଳ ହେଲା ମାନଦଣ୍ଡ । ମୋଟର ସାଇକେଲ ଏବଂ ଫ୍ରିଜ୍ ଥିଲେ ବି ହୋଇପାରିବେ ସାମିଲ । ଗରିବକୁ ପକ୍କାଘର ଦେବାକୁ ନୂଆ ସର୍ଭେ କରିବେ ନୂଆ ସରକାର । ଆସନ୍ତା ୨୪ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର । ଏହା ପରେ ଆବାସ ଆଶାୟୀ ଅନଲାଇନରେ ସାଇଟ୍‌କୁ ଯାଇ କିମ୍ବା ମୋବାଇଲରେ ଆପ୍ ଜରିଆରେ ଆବେଦନ କରିପାରିବେ । ଅଫଲାଇନରେ ପଞ୍ଚାୟତ ଅଫିସକୁ ଯାଇ ଫର୍ମ ଜରିଆରେ ଆବେଦନ କରିବାକୁ ହେବ ।

ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

Advertisment

ବଡ଼ କଥା ହେଲା ଏଥର ଯୋଗ୍ୟତାର ମାନଦଣ୍ଡକୁ କୋହଳ କରିଛନ୍ତି ସରକାର । ଆପଣଙ୍କ ନିକଟରେ ବାଇକ୍ କିମ୍ବା ଫ୍ରିଜ୍ ଥିଲେ ବି ଆବେଦନ କରିପାରିବେ । ଆଗରୁ ଏହା ହେଉନଥିଲା । ସେହିପରି ମାସିକ ୧୫ ହଜାର ଯାଏଁ ଆୟ କରୁଥିବା ବ୍ୟକ୍ତି ବି ଯୋଜନାରେ ସାମିଲ ହୋଇପାରିବେ, ଯାହା ପୂର୍ବରୁ ମାସିକ ୧୦ ହଜାର ଥିଲା । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବାପା ଠାରୁ ଭିନ୍ନ ହୋଇଥିବା ପୁଅ, ସ୍ୱାମୀ ଠାରୁ ଅଲଗା ରହୁଥିବା ସ୍ତ୍ରୀ ବି ଆବାସ ପାଇଁ ଅଲଗା ଆବେଦନ କରିପାରିବେ।

ସର୍ଭେ ନେଇ ସରକାରଙ୍କ ସୂଚନା ପରେ ଖୁସ୍ ଆବାସ ଆଶାୟୀ । ଏଇ ଯେମିତି ଗୁଣପୁର ମହିମାନଗରର ସନ୍ତୋଷ ପାଢୀ । ଦିନ ମଜୁରି କରି ପେଟ ପୋଷନ୍ତି । ବହୁବାର ଆବାସ ପାଇଁ ଆବେଦନ କରିଛନ୍ତି, ହେଲେ ସବୁ ଥର ଖାରଜ ହୋଇଯାଇଛି ତାଙ୍କ ଆବେଦନ । ଏବେ ଯୋଗ୍ୟତା ମାନଦଣ୍ଡ କୋହଳ ହେବା ସହ ନୂଆ ସର୍ଭେ ହେଉଥିବାରୁ ଆଶାବ୍ୟକ୍ତି କରିଛନ୍ତି ସନ୍ତୋଷ । ନବରଙ୍ଗପୁରର ବିଜୟ କୁମାର ନାୟକଙ୍କର ବି ସମାନ ସ୍ଥିତି । ଜଳିଖିଆ ଦୋକାନଟେ କରନ୍ତି। ନିଜର ଘର ନଥିବାରୁ ନିକଟରେ ଏକ ଟିଣ ଘର ଭଡାରେ ନେଇ ରହୁଛନ୍ତି । କିନ୍ତୁ ଏଯାଏଁ ତାଙ୍କୁ ଆବାସ ମିଳିନି ।

ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଦେଢ଼ରୁ ୨ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ନୂଆ ସର୍ଭେ ପାଇଁ ପଞ୍ଚାୟତିରାଜ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ, ପୂର୍ବରୁ ପଲ୍ଲୀ ସଭା ମାଧ୍ୟମରେ ଲୋକମାନଙ୍କୁ ଯୋଗ୍ୟତା ଏବଂ ସମୟସୀମା ନେଇ ସଚେତନ କରାଯାଇଛି। ବିଜେଡି ସରକାର ସମୟରେ ଦଳୀୟ ଭିତ୍ତିରେ ଘର ବଣ୍ଟନ ଏବଂ ପିସି କାରବାରକୁ ନେଇ ଏହି ଯୋଜନା ବିବାଦକୁ ଆସିଥିଲା। ନୂଆ ସରକାର ଏହାକୁ କେତେ ସ୍ୱଚ୍ଛତାର ସହ କରୁଛନ୍ତି ତାଉପରେ ନଜର ।

ଅଧିକ ପଢ଼ନ୍ତୁ: ନକଲି କିନ୍ନରଙ୍କୁ ଧରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅସଲି

Odisha PM Awas Scheme
Advertisment
Advertisment