କଟକ ସହରରେ ବାରମ୍ବାର ଡ୍ରେନ୍ ଦୁର୍ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷା ଉପକରଣରେ କେମିତି ଚାଲିଥିଲା ଡ୍ରେନ୍ ନିର୍ମାଣ।
ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ ବର୍ଷୀୟ ସାଇରାମର ଜୀବନ । ସାଇକେଲ ଚଳାଇ ଘରକୁ ଫେରୁଥିବାଳେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା।
ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଉ କେତେ ମୁଣ୍ଡ ଗଡ଼ିବା ପରେ ଚେତିବ BMC? ଗତକାଲି ୟୁନିଟ୍-୩ ମସଜିଦ ବସ୍ତିରେ ମୁକୁଳା ଡ୍ରେନରେ ପଡ଼ି ପୁଣି ଜଣେ ବାଳକର ମୃତ୍ୟୁ ଏବଂ ଗଲା ୭ ବର୍ଷ ଭିତରେ ୬ଟି ଅମୂଲ୍ୟ ଜୀବନ ଯିବା ପରେ ଏ ପ୍ରଶ୍ନ ଉଠିଛି।
ରାଜଧାନୀରେ ଆଉ କେତେ ମୁଣ୍ଡ ନେବ ମୁକୁଳା ଡ୍ରେନ୍ ? ଟିକିଏ ବର୍ଷା ହେଲେ, ଆଉ କେତେଦିନ ଯାଏଁ ବିପଦଶଙ୍କୁଳ ହୋଇ ଉଠୁଥିବ ଭୁବନେଶ୍ୱର ମହାନଗରୀ ?
ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ରାଜଧାନୀରେ ଅଭାବନୀୟ ଘଟଣା । ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ଡ୍ରେନ୍ ପାଣିରେ ଭାସି ଯାଇ ଆଜି ଜଣେ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି । ମୌସୁମୀ ସିଜିନରେ ରାଜଧାନୀରେ ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ନିରବଦ୍ରଷ୍ଟା ସାଜିଛି BMC ।
କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି।
କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।
ମୁକୁଳା ଡ୍ରେନରେ ଖସି ପଡି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ରାଜସ୍ଥାନର ରାହୁଲ ।
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।
ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା।
କଟକ ବକ୍ସ ଡ୍ରେନ୍ ଟ୍ରାଜେଡି ପାଇଁ ଦାୟୀ କିଏ? ଦୁଇ ଦିନରେ ଦୁଇଟି ଅଘଟଣରେ ଗଲା ଦୁଇ ଜଣଙ୍କ ଜୀବନ। ଏଥିପାଇଁ ବଢ଼ୁଛି ଅସନ୍ତୋଷ।
ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।
କଟକରେ ପୁଣି ଡ୍ରେନ୍ କାମ ବେଳେ ଅଘଟଣ। ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଛନ୍ତି। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।
୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡ଼େ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର ।
ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ ।
ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।
ସତେ ଯେମିତି ଡ୍ରେନ୍ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!