/odishatv-khabar/media/post_attachments/uploadimage/library/16_9/16_9_0/Accident_1718762550.jpg)
Accident
କଟକ ତ୍ରିଶୁଳିଆ କୁଆଖାଇ ନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ, ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଥିରେ କାର୍ ଓ ଟ୍ରକ୍ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି ।
Advertisment
ସୂଚନା ଅନୁସାରେ ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି । ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)