Advertisment

BJDରେ ଏବେବି ବଳବତ୍ତର ପାଣ୍ଡିଆନଙ୍କ ପତିଆରା ? ମୁହଁ ଖୋଲୁ ନାହାନ୍ତି ନେତା..!

ପାଣ୍ଡିଆନଙ୍କ ବାବଦରେ ପଚାରିବାରୁ ଏଡାଇଗଲେ ନେତା । କାଲି ବିଜେଡି ବିଧାୟକ ଦଳ ବୈଠକ ଉପରେ ନଜର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

VK Pandian

ବିଜେଡିରେ ଏବେ ବି ବଳବତ୍ତର ରହିଛି କି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନ ବିପର୍ଯ୍ୟୟର ଏଯାଏଁ ହେଲାନି ସମୀକ୍ଷା। ଗଠନ ହୋଇନି ଫ୍ୟାକ୍ଟ ଫାଇଣ୍ଡିଂ କମିଟି। ଏବେ ବି ପାଣ୍ଡିଆନ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ନେତା। ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା। ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ଦଳରେ ଉଠିଥିଲା ଝଡ଼।

Advertisment

ପାଣ୍ଡିଆନ ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ତୀବ୍ର ହୋଇଥିଲା ଅସନ୍ତୋଷ। ଏମିତି କି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବି ପଡ଼ିଥିଲା ପାଣ୍ଡିଆନ ବିରୋଧୀ ନାରା। ହେଲେ ପରେ ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍ ଚିଟ୍, ଏମିତିକି ପାଣ୍ଡିଆନଙ୍କୁ ଦୋଷ ନଦେବାକୁ ନିବେଦନ କରିଥିଲେ ବିଜେଡି ସୁପ୍ରିମୋ। ତାସହିତ ପରାଜୟ କାରଣ ଖୋଜା ହେବ ବୋଲି ମଧ୍ୟ କହିଥିଲେ।

ପଢନ୍ତୁ ଏହି ଖବର: ୨୫ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ସିଟ୍...

ଏହା ପରେ ପରେ ଏକ ଭିଡିଓ ମେସେଜ୍ ଛାଡ଼ି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ। ହେଲେ ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା। ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା। କିନ୍ତୁ କିଛି ନେତା ଦଳର ପରାଜୟର କାରଣ କହି ସେ ଆଡକୁ ବି ଇଙ୍ଗିତ କରିଛନ୍ତି।

Advertisment

ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଜିତିବା ନେଇ ଦଳ ଓଭର କନ୍ଫିଡେନ୍ସ ହୋଇଗଲା। ଏହା ସହ ବିଜେପିର ଓଡ଼ିଆ ଅସ୍ମିତା କାର୍ଡ ମଧ୍ୟ କାମ ଦେଇଛି। ତେବେ ପାଣ୍ଡିଆନ କାରଣ କି ବୋଲି ପ୍ରଶ୍ନରେ ସିଧା ଉତ୍ତର ନଦେଇ କହିଛନ୍ତି ସେ ସଂପର୍କରେ ବି ଆଲୋଚନା ହେବ। ବିଧାୟକ ଅରୁଣ ସାହୁ ମଧ୍ୟ ବିଜେଡି ପରାଜୟ ୩ କାରଣ ଦର୍ଶାଇ , ୟୁନିଭର୍ସାଲ, ରିଜିଓନାଲ, ଇଣ୍ଡିଭିଜୁଆଲ କଥା କହି ସେ ଆଡକୁ ଇଙ୍ଗିତ କରିଥିବା କୁହାଯାଉଛି।

ଏପଟେ ବିରୋଧୀ ଦଳ ନେତା ବାଛିବାକୁ ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ନବୀନଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି। ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଉଥିବା ମଧ୍ୟ କୁହାଯାଉଛି। ତେବେ ପ୍ରଶ୍ନ, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ମୁଖ୍ୟମନ୍ତ୍ରୀ ଥିବା ବେଳେ ବହୁତ କମ୍ ବିଧାନସଭା ଆସୁଥିଲେ ନବୀନ। ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ଉପନେତା କରିପାରେ ବୋଲି କୁହାଯାଉଛି।

ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ। ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି।

ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ଭୁବନେଶ୍ୱରରେ ରହିବା ସହ ନବୀନ ନିବାସକୁ ମଧ୍ୟ ଯିବା ଆସିବା କରୁଥିବା କୁହାଯାଉଛି। ତେଣୁ ଆଗକୁ ବିଜେଡି ପାଣ୍ଡିଆନ ସିଣ୍ଡ୍ରୋମରୁ କେତେଦୂର ମୁକୁଳି ପାରୁଛି, ତା ଉପରେ ନଜର।

ପଢନ୍ତୁ ଏହି ଖବର: ସାଂସଦ ହେଲି, ବିଧାୟକ ହେଲି ଏବେ ସରପଞ୍ଚ ହେବାକୁ ଇଚ୍ଛା

BJD BJP Congress Odisha Politics VK Pandian
Advertisment
Advertisment