Advertisment

କିଏ ହେବେ ବାଚସ୍ପତି ? ବିଜେପି ବିଧାୟକ ଦଳ ବୈଠକରେ ଚାଲିଛି ମାନସମନ୍ଥନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ଚାଲିଛି । ବିଧାନସଭାର ୫୪ ନମ୍ୱର୍ ପ୍ରକୋଷ୍ଠରେ ଚାଲିଛି ବୈଠକ ।

author-image
Santosh Kumar Sahoo
Assembly Speaker

Assembly Speaker

ବିଧାନସଭା ବାଚସ୍ପତି ନିର୍ବାଚନ ନେଇ ବିଜେପିର କସରତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ଚାଲିଛି । ବିଧାନସଭାର ୫୪ ନମ୍ୱର୍ ପ୍ରକୋଷ୍ଠରେ ଚାଲିଛି ବୈଠକ । ଉପସ୍ଥିତ ଅଛନ୍ତି ବିଜେପିର ସବୁ ବିଧାୟକ। କିଏ ହେବେ ବିଧାନସଭାର ନୂଆ ବାଚସ୍ପତି ସେନେଇ ମାନସମନ୍ଥନ ଚାଲିଛି । ବୈଠକ ପରେ ନାମାଙ୍କନପତ୍ର ଭରିବେ ବାଚସ୍ପତି ପ୍ରାର୍ଥୀ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ରହିଛି । ବାଚସ୍ପତି ରେସରେ ଆଗରେ ଅଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ । ୨୦୦୪ ରୁ ୨୦୦୯ ଯାଏ ବିଧାୟିକା ଥିଲେ ସୁରମା ପାଢ଼ୀ । ସେ ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଥିଲେ ।

Advertisment

ସେପଟେ ଆଜି ବି ବିଧାନସଭାରେ ଚାଲିଛି ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ । ଆଜି ବାକି ଥିବା ୪୫ ବିଧାୟକ ଶପଥ ନେଉଛନ୍ତି। ଗତକାଲି ୧୦୨ ଜଣ ବିଧାୟକ ଶପଥ ନେଇଥିଲେ । ଯାହାଙ୍କ ଭିତରେ ୮୦ ଜଣ ନୂଆ ମୁହଁ ଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେଇଥିଲେ। ଯେଉଁଥିରେ ସ୍ପଷ୍ଟ ବାରି ହେଉଥିଲେ ନୂଆ ଚେହେରା, ସାମ୍ନାକୁ ଆସୁଥିଲା ଗୋଟିଏ ଗୋଟିଏ ରୋଚକ ଦୃଶ୍ୟ ।

୨୪ ବର୍ଷ ଧରି ଶାସକ ଦଳରେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଥମ ଥର ଲାଗି ବିରୋଧୀ ବିଧାୟକ ଭାବେ ଆସିଥିଲେ ଗୃହକୁ। ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ। ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।

Advertisment

ସେପଟେ ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା, ସେନେଇ ଆଜି ବସୁଛି ବିଜେଡି ବିଧାୟକ ଦଳ ବୈଠକ । ଚର୍ଚ୍ଚା ହେଉଛି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି । ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଉଥିବା ମଧ୍ୟ କୁହାଯାଉଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ଉପନେତା କରିପାରେ ବୋଲି ମଧ୍ୟ କୁହାଯାଉଛି ।

ଉପନେତା ଦୌଡ଼ରେ ଆଗରେ ଅଛନ୍ତି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Odisha Assembly Speaker BJP Legislature
Advertisment
Advertisment