• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରେ ଅଘଟଣ। ମୁକୁଳା ଡ୍ରେନରେ ଭାସିଯାଇଛି ଜଣେ ନାବାଳକ। ପ୍ରବଳ ବର୍ଷା ଯୋଗୁଁ ସେ ଡ୍ରେନ୍‌ରେ ଭାସି ଯାଇଥିବା ସୂଚନା ମିଳିଛି। ୟୁନିଟ-୩ ମସଜିଦ୍ କଲୋନୀ ପାଖ ଡ୍ରେନ୍‌ରେ ନାବାଳକ ଜଣଙ୍କ ଭାସିଯାଇଥିବା ବେଳେ ପ୍ରାୟ ଅଧ ଘଣ୍ଟା ପରେ ୮ ବର୍ଷର ନାବାଳକକୁ ଉଦ୍ଧାର କରାଯାଇଛି । ତାକୁ ତୁରନ୍ତ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଗ୍ନିଶମ ଡିଜିଙ୍କୁ SRC ନିର୍ଦ୍ଦେଶ ଦେଇଥିଲେ । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ନାବାଳକଟି ବେଲୁନ୍ ଧରିବାକୁ ଯାଇ ଭାସିଯାଇଥିଲା । ତେବେ ନାବାଳକକୁ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିଲା । ୟୁନିଟ-୩ ମସଜିଦ୍‌ କଲୋନୀ ପାଖ ଡ୍ରେନ୍‌ରେ ସେ ଭାସି ଯାଇଥିଲା ।

ପଢନ୍ତୁ ଏହି ଖବର: ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତ

ପୂର୍ବରୁ ମଧ୍ୟ ଏମିତି ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱରରେ ଅନେକ ଡ୍ରେନ୍‌ ମୁକୁଳା ପଡ଼ିରହିଛି । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି । ପୂର୍ବରୁ ମଧ୍ୟ ଜଣେ ନାବାଳକ ଏଭଳି ଭାସିଯାଇଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now