ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? କେନ୍ଦ୍ର ଏବଂ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଆଶା ବଢିଥିଲା। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ବୟାନ ଏହି ଆଶାକୁ ଆହୁରି ବଢ଼ାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଦୁଇ ଦୁଇ ଥର ଆଲୋଚନା ସରିଲାଣି। କିନ୍ତୁ ବିଜେଡି ଓ କଂଗ୍ରେସ୍ ଏହା ମାନିବାକୁ ନାରାଜ।
ବିବାଦର ସମାଧାନ ନେଇ ବଢ଼ିଲା ଆଶା। ଆରମ୍ଭ ହେଲାଣି ଆପୋଷ ଆଲୋଚନା। ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଇଛନ୍ତି।
ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ବୟାନବାଜି । ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ଏବେ ନୂଆ ଅଭିଯୋଗ ଯୋଡ଼ି ହୋଇଛି ।