Advertisment

ଅତାବିରାରେ ଚାଷୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଆପଣମାନେ ଖୁସି ତ...

ତେବେ ମଞ୍ଚରେ ଉଦବୋଧନ ବେଳେ ମୋହନ ମାଝୀ ଚାଷୀଙ୍କୁ କହିଥିଲେ ଯେ, ଆପଣମାନେ ଖୁସି ତ, ମୁଁ ବି ଖୁସି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
CM Mohan Majhi Addresses Farmers In Atabira

Mohan Majhi

ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । MSP ଓ କଟନିଛଟନିକୁ ନେଇ ଆଶ୍ବସ୍ତି ଦେବା ସହ କହିଲେ, ଆପଣ ମାନେ ଖୁସି ତ... ମୁଁ ବି ଖୁସି । ଗତକାଲି ବରଗଡ଼ ଗସ୍ତରୁ ଫେରିବା ପରେ, ଅତାବିରା ଅଟକିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଚାଷୀମାନେ ତାଙ୍କୁ ସ୍ବାଗତ କରିଥିଲେ । ସେମାନଙ୍କୁ ଉଦବୋଧନ ଦେଇ ଆଗକୁ ଧାନ MSP ୩୧ଶହ ଟଙ୍କାକୁ ବୃଦ୍ଧି ପାଇବ ଏବଂ ବାକି ରହିଯାଇଥିବା ୪୦ ହଜାର ଚାଷୀଙ୍କୁ ଆଗକୁ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ଚାଷୀନେତା କହିଛନ୍ତି ।

Advertisment

ତେବେ ମଞ୍ଚରେ ଉଦବୋଧନ ବେଳେ ମୋହନ ମାଝୀ ଚାଷୀଙ୍କୁ କହିଥିଲେ ଯେ, ଆପଣମାନେ ଖୁସି ତ, ମୁଁ ବି ଖୁସି । ଏହାପରି ଗତରାତିରେ ଝାରସୁଗୁଡା ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ବିମାନବନ୍ଦର ପରିସରରେ ବିଜେପି ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପଢନ୍ତୁ ଏହି ଖବର: ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା ?

ସୂଚନା ଅନୁସାରେ ଗତକାଲି ବରଗଡ଼ରେ ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତି ଚାଷୀଙ୍କୁ ମିଳିଛି ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ବରଗଡ଼ରେ ଆୟୋଜିତ ହୋଇଥିଲା ଏଭଳି ବିରାଟ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମୋହନ ମାଝୀ ପ୍ରଥମ ଥର ଲାଗି ପଶ୍ଚିମ ଓଡ଼ିଶା ଗସ୍ତରେ ବରଗଡ଼ ଆସିଛନ୍ତି। ପ୍ରଥମେ ସହରର ଗାନ୍ଧୀ ଛକରୁ ବାନ୍ଦୁଟିକ୍ରା ଛକ ଯାଏଁ ରୋଡ୍ ଶୋ କରିଥିଲେ। ପରେ ଜର୍ଜ ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

Advertisment

କେନ୍ଦ୍ରର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ତିନିଟି କିସ୍ତିରେ ୨ ହଜାର ଲେଖାଏଁ ୬ ହଜାର ଟଙ୍କା ମିଳୁଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ନିଜସ୍ୱ କାଳିଆ ଯୋଜନାରେ ଚାଷୀଙ୍କୁ ଦୁଇଟି କିସ୍ତିରେ ବର୍ଷକୁ ଆଉ ୪ ହଜାର ଟଙ୍କା ସହାୟତା ମିଳୁଛି। ଖରିଫ ଋତୁରେ ୨ ହଜାର ଏବଂ ରବି ଫସଲ ପାଇଁ ୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । କାଳିଆ ସ୍କିମକୁ ଆଉ ୩ ବର୍ଷ ଅର୍ଥାତ୍ ୨୦୨୬-୨୭ ଯାଏଁ ବୃଦ୍ଧି କରିଥିଲେ ତତ୍କାଳୀନ ସରକାର। କିନ୍ତୁ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ କାଳିଆ ଯୋଜନା ବଜାୟ ରହିବ, ନା ଆଉ କିଛି ପଦକ୍ଷେପ ନେବେ ତା ଉପରେ ନଜର।

ପଢନ୍ତୁ ଏହି ଖବର: BJDରେ ଏବେବି ବଳବତ୍ତର ପାଣ୍ଡିଆନଙ୍କ ପତିଆରା ? ମୁହଁ ଖୋଲୁ ନାହାନ୍ତି ନେତା..!

Chief Minister Odisha CM Mohan Majhi
Advertisment
Advertisment