Advertisment

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ଏଯାଏଁ ହୋଇନି ମଙ୍ଗଳ ଆଳତି

ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ଗତକାଲି ରାତିରେ ଶ୍ରୀଜିଉଙ୍କ ଦିଅଁ ବିବାହ ନୀତି ବିଳମ୍ବ ହୋଇଥିଲା ।

author-image
Santosh Kumar Sahoo
Srimandir Rituals

Srimandir Rituals

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ । ଶ୍ରୀଜିଉଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ ହୋଇଛି । ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ଗତକାଲି ରାତିରେ ଶ୍ରୀଜିଉଙ୍କ ଦିଅଁ ବିବାହ ନୀତି ବିଳମ୍ବ ହୋଇଥିଲା । ଆଜି ସକାଳୁ ମହାପ୍ରଭୁଙ୍କ ଏହି ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ସେପଟେ ରଥଯାତ୍ରା ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ସ୍ବତନ୍ତ୍ର ପରିଚାଳନା କମିଟି ବୈଠକରେ ୧୯୭୧ ମସିହାରେ କିଭଳି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ଏବଂ ଚଳିତବର୍ଷ କିଭଳି ନୀତି ସମ୍ପନ୍ନ ହେଲେ ରଥଯାତ୍ରା ଦିନ ରଥଟଣା ଯାଇପାରିବ, ସେହି ପ୍ରସଙ୍ଗରେ ଆଲୋଚନା ହେବ । ତେବେ ବୈଠକର ଏଜେଣ୍ଡାରେ ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କର ଭିଡ଼ ନିୟନ୍ତ୍ରଣ ସଂପର୍କରେ ପ୍ରସଙ୍ଗ ନଥିବାରୁ, ଅସନ୍ତୋଷ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

୪ ଦୁଆର ଖୋଲାଯିବା ପୂର୍ବଦିନ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଗଜପତି ମହାରାଜାଙ୍କ ଅନୁପସ୍ଥିତି ପାଇଁ ଆଗାମୀ ବୈଠକରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବ । କିନ୍ତୁ ଏ ସମ୍ପର୍କରେ ଉଲ୍ଲେଖ ନାହିଁ । ସେହିପରି ବର୍ଷା ଆସୁଥିବାରୁ ରତ୍ନଭଣ୍ଡାର ଭିତରେ ପାଣି ପଶିବାର ଆଶଙ୍କା ରହିଛି। କାରଣ ଲେଜର ସ୍କାନିଂରେ ଫାଟ ରହିଥିବା ରିପୋର୍ଟ ରହିଛି। ତେଣୁ ରତ୍ନଭଣ୍ଡାର ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି ।

Advertisment

ସେପଟେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗୁଆଲୀ ଯାତ୍ରା ନୀତି ଅନୁଷ୍ଠିତ ହେବ । ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଚମ୍ପକ ଦ୍ବାଦଶୀ ନୀତି ପାଳନ ହେବ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆ ଲୁଗା ଲାଗି କରାଯାଇଥାଏ। ଶ୍ରୀ ମଦନମୋହନ ଓ ଶ୍ରୀ ଦେବୀଙ୍କୁ ରତ୍ନସିଂହାସନକୁ ବିଜେ ପରେ ବନ୍ଦାପନା ହୁଏ। ପରେ ଶ୍ରୀମନ୍ଦିରରେ ଆଲଟ, ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବର କନ୍ୟା ଦକ୍ଷିଣୀ ଘରୁ ସିଂହାସନ ବିଜେ କରିଥାନ୍ତି।

Puri Srimandir Srimandir Rituals
Advertisment
Advertisment