ସ୍ପଷ୍ଟ ବାରି ହେଉଛି, କେତେ ଉନ୍ନତମାନର କେତେ ଉଚ୍ଚକୋଟିର କାମ ହେଇଥିଲା ମାଲକାନଗିରି ବିମାନ ବନ୍ଦର ନିର୍ମାଣରେ ।
ବନ ବିଭାଗ ଓ ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରାଇଲା ଡ୍ରୋନ୍ । ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିଲା ବଡ଼ ଆକ୍ସନ୍।
ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି ।
ସରକାରୀ ସହାୟତା ପାଇଁ ପରିବାର ମାନଙ୍କର କ୍ଷୟକ୍ଷତି ଆକଳନ କରାଯିବା ସହ, ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଯିବ। ଜରୁରୀ କାଳୀନ ସହାୟତା ଭାବେ ସମସ୍ତ ପରିବାରକୁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।
ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ବୋଲି କହିବା ସହ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ । ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ । ୨ ମିନିଟରେ ଗାଏବ ହୋଇଗଲା ୨ଟି ବ୍ୟାଗ୍ ।
ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି....
ସ୍ପେନୀୟ କିଶୋର ଲାମିନ୍ ୟମାଲ୍ଙ୍କୁ ନେଇ ଏବେ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍ବଲ୍ ଜଗତରେ ବେଶ୍ ଚର୍ଚ୍ଚା। ୟୁରୋ ୨୦୨୪ ସେମିଫାଇନାଲ୍ରେ ଫ୍ରାନ୍ସ ବିପକ୍ଷରେ ଏକ ଚମକପ୍ରଦ ଗୋଲ୍ କରି ସେ ହୋଇପାରିଥିଲେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ସ୍କୋରର୍। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସ୍ପେନ୍ର ମୁକୁଟ ବିଜୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।
୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି ।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।
ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ ।
ପଶ୍ଚିମବଙ୍ଗରୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଆଳୁ ମୂଲ୍ୟ ବୃଦ୍ଧି ପରେ ମମତା ସରକାର ସୀମାରୁ ଆଳୁ ବୋଝେଇ ଟ୍ରକକୁ ବି ଫେରାଇ ନେଇଛନ୍ତି ।
୧୯୯୯ ମସିହା ଆଜିର ଦିନରେ । କାରଗିଲ ଯୁଦ୍ଧର ଅବସାନ ହୋଇଥିଲା ।
ଛୁଟିରେ ଘରକୁ ଆସିଥିଲେ, ହେଡକ୍ୱାର୍ଟରରୁ ହଠାତ୍ ଜରୁରୀ ଡାକରା ଆସିଲା ଯୁଦ୍ଧ ହେବାର ଅଛି, ଶୀଘ୍ର ଯୋଗଦେବାକୁ ପଡ଼ିବ । ଆଉ ଡେରି ନକରି ସେହି ରାତିରେ ବାହାରି ପଡ଼ିଥିଲେ । କାର୍ଗିଲ ଯୁଦ୍ଧ ପରେ ରାଇରଙ୍ଗପୁର ଟାଉନ ଥାନାରୁ ଖବର ଆସିଲା ଆପଣଙ୍କ ସ୍ୱାମୀ ଯୁଦ୍ଧରେ ସହିଦ ହୋଇଯାଇଛନ୍ତି...
୩୨ ଟଙ୍କାରୁ ଅଧିକ ମୂଲ୍ୟରେ ଯିଏ ଆଳୁ ବିକିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଅଟକି ରହିଛି ଶତାଧିକ ଟ୍ରକ୍। ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି।
ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ।
ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି।
ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମାତ୍ର ୧୬ ଟଙ୍କା ଦରରେ ବିକ୍ରି ହେଉଥିଲା ସସ୍ ବୋତଲ । ସେଥିରେ ମିଶୁଥିଲା ବେଞ୍ଜୋଇକ୍ ଏସିଡ୍ ଭଳି କ୍ଷତିକାରକ କେମିକାଲ୍।