ଆପଣ 'ମଲାଇ ପନିର'ର ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ମଲାଇ ପନିର' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ପୋଲିସ୍ କବ୍ଜାରେ ଚୋରା କାର୍ ରାକେଟ୍। ଜବତ ଦୁଇଟି କାର୍ ମଧ୍ୟପ୍ରଦେଶରୁ ଚୋରି ହୋଇଥିବା ବେଳେ ଗୋଟିଏରେ କଟକ ଓ ଅନ୍ୟଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍ ନମ୍ବର ଲାଗିଛି।
ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।
ମଞ୍ଚ ଉପରେ ଚେୟାରରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ। ତା’ବି ପୁଣି ନିଜ ନିର୍ବାଚନମଣ୍ଡଳୀରେ। ଯାହାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ?
କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ।
ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।
କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି।
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି ।
ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।
ସିଲଭର୍ ସିଟିରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।
ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ ।
ଆପଣ କେବେ ‘ତାୱା ସ୍ମୋକ୍ ଚିକେନ୍’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ତାୱା ସ୍ମୋକ୍ ଚିକେନ୍’ ର ରେସିପି ତିଆରି କରିବୁ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପିଲାଙ୍କୁ ପଢ଼ାଇବା ପାଇଁ କେହି ଶିକ୍ଷକ ନାହାନ୍ତି କି କୌଣସି କର୍ମଚାରୀ ମଧ୍ୟ ନାହାନ୍ତି । କେବଳ ଜଣେ ହିନ୍ଦୀ ଶିକ୍ଷୟତ୍ରୀକୁ ଡେପୁଟିସନରେ ଅଣା ଯାଇଥିବା ବେଳେ ଆସିକା ଟେକିନିକାଲ ସ୍କୁଲର ଜଣେ ଇଂରାଜୀ ଶିକ୍ଷକ ସପ୍ତାହକୁ ୩ ଦିନ ପାଇଁ ପଢାଇବାକୁ ଆସୁଛନ୍ତି ।
ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍। ଚାଲିଗଲା ଡ୍ରାଇଭରଙ୍କ ଜୀବନ।
ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ ।
ଜାନୁଆରୀରେ ଆସିବେ ବୋଲି କହିଥିଲେ । ଘରକୁ ଛୁଟି ଆସିଲେ ଅଧିକ ଦିନ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସିଲେ ବହୁତ ମଜା କରିବା, ବୁଲିଯିବା ବୋଲି କହିଥିଲେ । ଦୁଇ ସପ୍ତାହ ପୂର୍ବରୁ ମାମୁଁଙ୍କର ଟ୍ରେନିଂ ଥିଲା । ତାଙ୍କ ସହ କଥା ହୋଇଥିଲି ।
ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଠିଆ ହୋଇଛି ହୀରାକୁଦ ଡ୍ୟାମ୍ । ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ର ସ୍ପିଲ ୱେ ଭଳି ନିର୍ମାଣ ହୋଇଛି ଢାଂଚା । ହାରାକୁଦ ଡ୍ୟାମର ଅବିକଳ ପ୍ରତିଛବି । ସହର ଉପକଂଠ ଦୁର୍ଗାପାଲି ଠାରେ ମହାନଦୀ କୂଳକୁ ଲାଗି ତିଆରି ହେଉଛି ସମ୍ବଲପୁର ମହାନଗର ନିଗମର ନୂଆ କୋଠା ।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୨ ତାରିଖ, ରବିବାର, ବିଛା ୨୭ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ଚନ୍ଦ୍ର । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ଭଗବାନଙ୍କ ସମ୍ପତ୍ତି ଉପରେ ଆଖି । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...
ସିଂହଦ୍ୱାର ସମ୍ମୁଖରେ ସମସ୍ତ ବିଧାୟକମାନେ ଶୋଇପଡି ପ୍ରଣିପାତ ଜଣାଇଥିଲେ। ଏପରିକି ବିଧାୟକମାନେ ଭଜନ ଗାନ କରିବାର ଦୃଶ୍ୟ ସିଂହଦ୍ୱାର ସମ୍ମୁଖରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।