Advertisment

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଫିଙ୍ଗିଲେ ଚପଲ, ଭିଡିଓ ଭାଇରାଲ୍‌

ମଞ୍ଚ ଉପରେ ଚେୟାରରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ। ତା’ବି ପୁଣି ନିଜ ନିର୍ବାଚନମଣ୍ଡଳୀରେ। ଯାହାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sandal Hurled To Minister Pratap Jena

Sandal Hurled To Minister Pratap Jena

ସାଲେପୁର: ମଞ୍ଚ ଉପରେ ଚେୟାରରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ। ତା’ବି ପୁଣି ନିଜ ନିର୍ବାଚନମଣ୍ଡଳୀରେ। ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଯିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। 

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମନ୍ତ୍ରୀ ପ୍ରତାପ ଜେନା ମହାଙ୍ଗାର ଏରକଣାରେ ଆୟୋଜିତ ରାଜ୍ୟ ସ୍ତରୀୟ ଶରତ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ମନ୍ତ୍ରୀ ମଞ୍ଚ ଉପରେ ଚେୟାରରେ ବସି ଥିବାବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନଙ୍କ ଭିଡ଼ ଭିତରୁ କେହି ଜଣେ ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ତେବେ ଚପଲଟି ମନ୍ତ୍ରୀଙ୍କ ଦେହରେ ନବାଜି ତାଙ୍କ ସୁରକ୍ଷା କର୍ମୀଙ୍କ ଦେହରେ ବାଜିଥିଲା। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। 

ଘଟଣାକୁ ନେଇ କିଛି ସମୟ ପାଇଁ କାର୍ଯ୍ୟକ୍ରମସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚପଲ ଫିଙ୍ଗିଥିବା ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍‌ ଅଟକ ରଖିଥିଲା। ଏହାପରେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ଯୁବକଙ୍କ ଘର ସ୍ଥାନୀୟ ହଳଦିଆ ପଞ୍ଚାୟତର ବାଇନପୁର ଗାଁରେ ବୋଲି ଜଣାପଡିଛି।

Advertisment
Minister Pratap Jena Mahanga
Advertisment
Advertisment