ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି।
ଛତିଶଗଡ଼ରେ ନିର୍ବାଚନୀ ଡ୍ୟୁଟି ବେଳେ ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ଓଡ଼ିଆ ଯବାନଙ୍କୁ ନିଜ ଜନ୍ମମାଟିରେ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳି। ଗୋପାଳପୁର ଗାଁ ଶ୍ମଶାନରେ ଅତ୍ୟନ୍ତ ଶୋକାଳୂଳ ପରିବେଶରେ ସହିଦଙ୍କ ଶେଷକୃତ୍ୟ ସରିଛି।
ଦୁଇ ଦିନ ଧରି ନିଖୋଜ ଥିବା ସରୋଜଙ୍କ ମୃତଦେହ ମିଳିବା ପରେ ଆଜି ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ଆଉ ଏ ଖବର ମିଳିବା ପରେ ସରୋଜଙ୍କ ପରିବାର ଉପରେ ଛିଡ଼ି ପଡ଼ିଛି ଆକାଶ । ହସଖୁସିର ସାଂସାର ଭିତରକୁ ମାଡ଼ି ଆସିଛି ଲୁହର ବନ୍ୟା ।
ଏ ଗାଁକୁ ନମନ୍ । ପ୍ରତି ଘରେ ଅଛନ୍ତି ଜଣେ ଲେଖାଏଁ ଯବାନ...୩ ଜଣ ସହିଦ ହେଲେଣି, ୩୦ରୁ ଅଧିକ ସେନାରେ ନିଯୁକ୍ତି ପାଇଲେଣି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬...ସବୁବେଳେ ଆୟୋଜନ ହୁଏ ବିଶେଷ କାର୍ଯ୍ୟକ୍ରମ
ପଞ୍ଚଭୂତରେ ଲୀନ ହୋଇଛି ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ ।
ସତ୍ୟବାଦୀ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ।
ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।
ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।
ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।
ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।
ଭଉଣୀ ବାହାଘର ପାଇଁ ଦାୟିତ୍ୱରୁ ଛୁଟି ନେଇ ଘରକୁ ଆସିଥିଲେ ଯବାନ ଚନ୍ଦ୍ରକାନ୍ତ ସେଜପଡ଼ା । ଆଉ ସବୁ କାମ ସରି ପୁଣି ଫେରିଯାଇଥିଲେ କର୍ମକ୍ଷେତ୍ରକୁ । ଏହାର ମାତ୍ର ଦୁଇ ସପ୍ତାହ ପରେ ହରିଆଣାର ବାହାଦୁର ପାଖ ଏକ ରେଳ ଧାରଣା କକ୍ଷରୁ ତାଙ୍କର ମୃତଦେହ ମିଳିଥିଲା ।
ଜାନୁଆରୀରେ ଆସିବେ ବୋଲି କହିଥିଲେ । ଘରକୁ ଛୁଟି ଆସିଲେ ଅଧିକ ଦିନ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସିଲେ ବହୁତ ମଜା କରିବା, ବୁଲିଯିବା ବୋଲି କହିଥିଲେ । ଦୁଇ ସପ୍ତାହ ପୂର୍ବରୁ ମାମୁଁଙ୍କର ଟ୍ରେନିଂ ଥିଲା । ତାଙ୍କ ସହ କଥା ହୋଇଥିଲି ।
ବୀରପୁତ୍ର ରାଣା ପ୍ରତାପଙ୍କୁ ଜନ୍ମମାଟିରେ ଅଶ୍ରୁଳ ବିଦାୟ। ୨୧ ଗନ୍ ସାଲ୍ୟୁଟରେ କଂପିଲା ଅନୁଗୁଳ କୃଷ୍ଣଚନ୍ଦ୍ରପୁର ଗାଁ
ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ।
ବିରାଟ ଶୋଭାଯାତ୍ରା କରି ତାଙ୍କ ପୈତୃକ ଗାଁ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶେଷ ସମ୍ମାନ ଜଣାଇଥିଲେ ଶୁଭେଚ୍ଛୁ ଓ ସମ୍ପର୍କୀୟ।
ଓଡ଼ିଶା ନୁହେଁ ବରଂ ପୂରା ଦେଶ ତାଙ୍କ ବୀରତ୍ୱର କଥାକୁ ମନେ ରଖିବ: ଏମିତି ଯବାନ ପୂରା ଦେଶ ପାଇଁ ଗର୍ବ : ପୋଲିସ କମିଶନର
ସହିଦ୍ ରାଣାପ୍ରତାପଙ୍କ ଆଜି ଜନ୍ମମାଟିକୁ ଆସିବ ମରଶରୀର : ଗାଁରେ ଶୋକାକୁଳ ପରିବେଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ଗତକାଲି କୁନ୍ନୁର ହେଲିକପ୍ଟର କ୍ରାସ୍ ରେ ଜଣେ ଓଡିଆ ଯବାନ ସହିଦ୍। ତାଳଚେରର ରାଣା ପ୍ରତାପ ଦାସ