• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ନିର୍ମାଣ କାମ ସରି ଉଦ୍‌ଘାଟନ ହେବାର ଅଢେଇ ବର୍ଷ ବିତିଲାଣି

  • କାମରେ ଆସୁନି ସାଢେ ୪ କୋଟି ବ୍ୟୟରେ ତିଆରି ହଷ୍ଟେଲ

  • ଭଙ୍ଗା ହଷ୍ଟେଲ୍‌ରେ ରହୁଛନ୍ତି ଶହ ଶହ ଛାତ୍ରୀ

  • ଢେଙ୍କାନାଳ ଅଟୋନମସ୍ କଲେଜ ନୂତନ କପିଳାସ ହଷ୍ଟେଲ୍‌ କାର୍ଯ୍ୟକ୍ଷମ ଦାବି

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ନୂଆ ହଷ୍ଟେଲ୍ ଉଦ୍‌ଘାଟନ ହେବାର ଅଢେଇ ବର୍ଷ ବିତିଲାଣି । ହେଲେ ଶହ ଶହ ଛାତ୍ରୀ ଆଜି ଯାଏ ରହୁଛନ୍ତି ପୁରୁଣା ଭଙ୍ଗା ହଷ୍ଟେଲ୍‌ରେ । ଢେଙ୍କାନାଳ ଅଟୋନମସ୍ କଲେଜରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କଲେଜର ପୁରାତନ କପିଳାସ ଛାତ୍ରାବାସରେ ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର ।

ହଷ୍ଟେଲର ପୁରୁଣା ଛାତରୁ ସିମେଣ୍ଟ ଛାଡି ରଡ଼୍ ଦେଖାଗଲାଣି । ଏମିତିକି କାନ୍ଥ ଭାଙ୍ଗି କେତେବେଳେ କାହା ମୁଣ୍ଡରେ ପଡିବ, ତାହା ଠିକ୍ ନାହିଁ । କେବଳ ଏତିକି ନୁହେଁ କେଉଁଠି କବାଟ ଝରକା ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ସାମାନ୍ୟ ବର୍ଷା ହେଲେ ଗଳୁଛି ପାଣି । କ୍ୟାଣ୍ଟିନ୍ ଓ ଶୌଚାଳୟ କଥା ତ ନକହିବା ଭଲ ବାରମ୍ବାର କଲେଜ ଓ ଛାତ୍ର ସଂଘ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନଥିବାର ଅଭିଯୋଗ କରିଛନ୍ତି ହଷ୍ଟେଲର ଛାତ୍ରମାନେ ।

ସୂଚନା ଅନୁସାରେ,ଗତ ୨୦୧୯ ମସିହା ଜାନୁଆରୀରେ ୪ କୋଟି ୫୮ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ଅଟକଳରେ ୩୦୦ ଶଯ୍ୟା ବିଶିଷ୍ଟ ଏହି ନୂତନ ହଷ୍ଟେଲ ଉଦ୍‌ଘାଟିତ ହୋଇଥିଲା । ଉଦ୍‌ଘାଟନକୁ ତିନି ବର୍ଷ ପୂରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଠାରେ ବିଦ୍ୟୁତ୍‌ ସଂଯୋଗ ଓ ପିଇବା ପାଣିର ସୁବିଧା ହୋଇନାହିଁ । ଏପରିକି ଷ୍ଟଡି ଟେବୁଲ ଓ ବେଡ୍‌ର ସୁବିଧା ମଧ୍ୟ ନାହିଁ । ଫଳରେ ଛାତ୍ରମାନେ ହଷ୍ଟେଲରେ ରହିବା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଦୂରଦୂରାନ୍ତରୁ ଆସି କଲେଜରେ ପାଠ ପଢୁଥିବା ଶହ ଶହ ଛାତ୍ର ଶେଷରେ ବାଧ୍ୟରେ ହୋଇ ଅଧିକ ଟଙ୍କା ଖର୍ଚ୍ଚ କରି ବାହାରେ ଘର ଭଡ଼ା ନେଇ ରହୁଛନ୍ତି ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସମସ୍ତ ସୁବିଧା ଥାଇ ବି ଛାତ୍ରମାନେ ଭଙ୍ଗା ଘରେ ରହିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।