Advertisment

ପୋଷ୍ଟମର୍ଟମ ପାଇଁ ରଖାଯାଇଥିଲା ଶବ, ହେଲେ ମୃତଦେହର ମୁୁହଁ ଖାଇଦେଲା କୁକୁର !

ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dog

Dog

ରାଉରକେଲା: ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ରାଉରକେଲା ସରକାରୀ ଡାକ୍ତରଖାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଗତ ଗୁରୁବାର ଉଦିତ ନଗର ଥାନା ଅନ୍ତର୍ଗତ ମାଲ ଗୋଦାମ ଅଞ୍ଚଳରେ ବୋଲେରୋ ଧକ୍କାରେ ରାଜେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ RGH(Rourkela Government Hospital) ଶବାଗାରରେ ରଖାଯାଇଥିଲା। ପରିବାର ଓ ପୋଲିସ ଉପସ୍ଥିତିରେ ମୃତଦେହକୁ ନେଇ ବ୍ୟବଚ୍ଛେଦ ହୋଇଥାନ୍ତା। ହେଲେ ତା’ ପୂର୍ବରୁ ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।  

ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ରଘୁନାଥପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ୍‌ ଡଃ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି, ‘ଏକ ଛୋଟ କୁକୁର ଶବାଗାରରେ ପଶି ଏଭଳି କରିଛି। ୨୦୧୭ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଏଭଳି ଘଟଣା କେବେ ହୋଇ ନଥିଲା। ଘଟଣାକୁ ନେଇ କମିଟି ଗଠନ କରାଯାଇଛି ଓ ଏହାର ତଦନ୍ତ କରାଯିବ। ଏଭଳି ଘଟଣା ଯେଭଳି ପୁନରାବୃତ୍ତି ନହୁଏ ସେନେଇ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।’

Dead Body Rourkela Government Hospital
Advertisment
Advertisment