Advertisment

ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢିବା ପରେ ଘାରୁଛି ଓମିକ୍ରନ ଡର

କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ।

author-image
Chandan Shishu
omicron fears

omicron fears

ଭୁବନେଶ୍ୱର: ଓମିକ୍ରନକୁ ନେଇ ପୁରା ଦେଶ ଛାନିଆ। ଏଣେ ରାଜ୍ୟ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବଢିବାକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଓଡ଼ିଶାରେ ଏଯାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତାସତ୍ତ୍ୱେ ଏହି ଭୂତାଣୁ ଡେଲଟା ଠାରୁ ୬ ଗୁଣ ବେଗରେ ସଂକ୍ରମିତ ହେଉଥିବା ଜଣାପଡିବା ପରେ ବଢିଛି ଡର। ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଅମଙ୍ଗ ହେଉଛନ୍ତି ଅଭିଭାବକ। ପୂର୍ବରୁ କେବଳ ଦଶମର ଅଫଲାଇନ କ୍ଲାସ ହେଉଥିଲା। ସାମାଜିକ ଦୂରତ୍ୱ ସାଙ୍ଗକୁ କରୋନା କଟକଣା ମାନି ଚାଲିଥିଲା ପାଠପଢା। ପର୍ଯ୍ୟାୟକ୍ରମେ ୬ଷ୍ଠ ପର୍ଯ୍ୟନ୍ତ କ୍ଲାସ ଆରମ୍ଭ ହେବା ପରେ ସ୍କୁଲରେ ବଢିଥିଲା ଉପସ୍ଥାନ ପୁଣି ଚଳଚଞ୍ଚଳ ହୋଇଥିଲା ସ୍କୁଲ ପରିବେଶ ମାତ୍ର ଓମିକ୍ରନ ଭୟକୁ ନେଇ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ଅନଲାଇନ୍ ପଢାରେ ଅସୁବିଧା ଓ ଦଶମ ଶ୍ରେଣୀ ପରୀକ୍ଷା ନିକଟତର ହେଉଥିବାରୁ ସ୍କୁଲ ଯିବାକୁ ବାଧ୍ୟ ହେଉଥିବା ଛାତ୍ରଛାତ୍ରୀ କହିଛନ୍ତି।

Advertisment

କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ। ତେଣୁ ତତ୍ପର ହୋଇଛି ଗଣଶିକ୍ଷା ବିଭାଗ ସ୍କୁଲରେ ଭିଡ଼ କମାଇବା ଲାଗି କ୍ଲାସ ଟାଇମରେ ପରିବର୍ତ୍ତନ ଲାଗି ବିଚାର କରାଯାଉଛି। ଏବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କର ୯ଟା୩୦ରୁ ଗୋଟାଏ ପର୍ଯ୍ୟନ୍ତ କ୍ଲାସ ହେଉଥିବା ବେଳେ ଅଷ୍ଟମ ଓ ନବମ ପିଲାଙ୍କର ସକାଳ ୯ଟାରୁ ଦିନ ସାଢେ ୧୨ ଏବଂ ଦଶମ ଶ୍ରେଣୀ ପିଲାଙ୍କର ୧୦ଟାରୁ ସାଢେ ଗୋଟାଏ ଯାଏଁ ପାଠପଢା ହେଉଛି। ଅର୍ଥାତ୍ ଏସମସ୍ତ ଶ୍ରେଣୀର ଅଧିକାଂଶ ପିଲା ଏକ ସମୟରେ ସ୍କୁଲରେ ଉପସ୍ଥିତ ରହୁଛନ୍ତି।  ତେଣୁ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ କ୍ଲାସ ସମୟରେ ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଥିବା ସୂଚନା ମିଳିଛି।

ଓମିକ୍ରନ ସଂକ୍ରମଣ ରୋକିବାକୁ ହେଲେ କୋଭିଡ୍ ନିୟମର କଡ଼ାକଡି ପାଳନ କରିବାକୁ ପଡିବ। ସେହିପରି ଓମିକ୍ରନ ଯେଭଳି ତୃତୀୟ ଲହରର କାରଣ ନହେବ ସେଥିଲାଗି ସତର୍କ ରହିବାକୁ। ପଡିବ ତେଣୁ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ରୋକିବାକୁ ବିଶେଷ ପଦକ୍ଷେପ ନିଆଯିବା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଗୁରୁତ୍ୱ ଦେଉଛନ୍ତି।

Advertisment

ରିପୋର୍ଟ: ଦେବାଶିଷ ମହାନ୍ତି, ରଶ୍ମିରଞ୍ଜନ ଦାସ, ନବଘନ ବିଷୋୟୀ ଓ ଜଗଦିଶ ଦାସ

COVID19 Omicron Omicron Variant
Advertisment
Advertisment