Advertisment

ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଯାଏ ଲମ୍ବିଛି ଚୋରା କାର୍‌ ରାକେଟ୍

ପୋଲିସ୍‌ କବ୍‌ଜାରେ ଚୋରା କାର୍‌ ରାକେଟ୍। ଜବତ ଦୁଇଟି କାର୍‌ ମଧ୍ୟପ୍ରଦେଶରୁ ଚୋରି ହୋଇଥିବା ବେଳେ ଗୋଟିଏରେ କଟକ ଓ ଅନ୍ୟଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍ ନମ୍ବର ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Inter-State Vehicle Theft Racket Busted

Inter-State Vehicle Theft Racket Busted

ଭୁବନେଶ୍ୱର: ପୋଲିସ୍‌ କବ୍‌ଜାରେ ଚୋରା କାର୍‌ ରାକେଟ୍। ମଧ୍ୟପ୍ରଦେଶରୁ ଭୁବନେଶ୍ୱରକୁ ଲମ୍ବିଥିବା ଆନ୍ତଃ ରାଜ୍ୟ ଚୋରା କାର୍‌ ଡିଲ୍‌ର ପର୍ଦ୍ଦାଫାସ ହୋଇଛି। ରାକେଟର ଜଣେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ମଧ୍ୟପ୍ରଦେଶରୁ ଚୋରି କାର୍‌ ଠାବ ହୋଇଛି। ସ୍କ୍ରାପ୍‌ କାର୍‌ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବରକୁ ଚୋରା କାର୍‌ରେ ବ୍ୟବହାର କରି ବିକ୍ରି ହେଉଥିଲା।  

Advertisment

୧୯୬ଟି ଚୋରା କାର୍‌ ମଧ୍ୟରୁ ଭୁବନେଶ୍ୱର କମିଶନରେଟ୍‌ରେ ଏକାଧିକ ସ୍କ୍ରାପ୍ କାର୍‌ ବିକ୍ରି ହୋଇଛି। ରେଜଷ୍ଟ୍ରେସନ ନମ୍ବରକୁ ଚୋରା କାର୍‌ରେ ବ୍ୟବହାର କରି ଡିଲ୍ ହେଉଥିଲା। ମଧ୍ୟପ୍ରଦେଶର ବିଦିଶା ପୋଲିସଠୁ ଏହି ସୂଚନା ପାଇବା ପରେ କମିଶନରେଟ ପୋଲିସ୍‌ ଚୋରି କାର୍‌ ରାକେଟ୍‌ର ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ଧରିଛି। ଏହି ଘଟଣାରେ ସହିଦ୍ ନଗର ପୋଲିସ ଛତିଶଗଡ଼ ରାୟପୁରର ମୂଳ ନିବାସୀ ଅବୁଦୁଲ ସକୁରକୁ ଗିରଫ କରିଛି। 

ଜବତ ଦୁଇଟି କାର୍‌ ମଧ୍ୟପ୍ରଦେଶରୁ ଚୋରି ହୋଇଥିବା ବେଳେ ଗୋଟିଏରେ କଟକ ଓ ଅନ୍ୟଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍ ନମ୍ବର ଲାଗିଛି। କାର୍‌ରେ ଲାଗିଥିବା ନମ୍ବର ଆଉ ରେଜିଷ୍ଟ୍ରେସନ ପେପର୍‌, କାର୍‌ ଚେସିସ୍‌ ଓ ଇଞ୍ଜିନ ନମ୍ବର ସହ ମେଳ ଖାଉନି। ୨ଟି ଯାକ କାର୍‌ରେ ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏ ସବୁ ରେଜିଷ୍ଟ୍ରେସନ ନମ୍ବର, ଫାଇନାନ୍ସ ସଂସ୍ଥା ଠାରୁ ସ୍କ୍ରାପ୍‌ରେ କିଣାଯାଇଥିବା କାର୍‌ର ବୋଲି ଖୋଳତାଡରୁ ଜଣାପଡିଛି। କିନ୍ତୁ ସ୍କ୍ରାପ୍ କାର୍‌ ଗୁଡିକର ପତ୍ତା ପାଉନି ପୋଲିସ।  

Advertisment

ପ୍ରଶ୍ନ ଉଠୁଛି, ଏଭଳି କେତେ ଚୋରି କାର ବିକ୍ରି କରିଛି ଅବଦୁଲ୍‌ ? ଚୋରା କାର ଡକ୍ୟୁମେଣ୍ଟ୍‌ ଜାଲ୍‌ କରି ବିକ୍ରି କରାଯାଉଥିଲା କି ? ଜାଲ୍ ଜାଣି କିମ୍ବା ଶସ୍ତାରେ ମିଳୁଥିବା ଜାଣି ଏସବୁ କାର କେଉଁମାନେ କିଣୁଥିଲେ ? ଏହିଭଳି ଆଉ କେତେ ଜଣ ସଦସ୍ୟ ରାକେଟରେ ସମ୍ପୃକ୍ତ ଅଛନ୍ତି ? ଅନ୍ୟପକ୍ଷେ, ଗିରଫ ଅଭିଯୁକ୍ତ ଚୋରି କାର୍ ବିକ୍ରି କଥାକୁ ଖଣ୍ଡନ କରିଛି।

ସେପଟେ, ପୂର୍ବରୁ ଚୋରି କାରବାର ଲିଙ୍କ୍‌ରେ ଅବଦୁଲ୍‌ ଧରାପଡ଼ିଥିବା ବେଳେ ଭୁବନେଶ୍ୱର ଗୋଠପାଟଣାରେ ରହି ଆନ୍ତଃ ରାଜ୍ୟ ରାକେଟ ଚଲାଉଥିଲା। 

Vehicle Theft Racket Vehicle Thieves
Advertisment
Advertisment