• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପରଜଙ୍ଗରେ ନଦୀକୁ ଖସିଲା ଆଇରନ ଓର୍ ବୋଝେଇ ଟ୍ରକ୍

  • କେନ୍ଦୁଝରରୁ ଅନୁଗୁଳ ଯିବାବେଳେ ନଦୀକୁ ଖସି ଯାଇଛି ଟ୍ରକ୍

  • ଟ୍ରକ ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା

କାମାକ୍ଷାନଗର(ବିଦ୍ୟାଧର ବରାଳ) : ବ୍ରିଜ୍ ଉପରୁ ନଦୀକୁ ଖସିଗଲା ଟ୍ରକ୍ । ଏଭଳି କିଛି ଅଘଟଣ ଘଟିଛି ଢେଙ୍କାନାଳ ପରଜଙ୍ଗରେ । ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ସରାଙ୍ଗ-ଜଟିଆ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ବ୍ରିଜ ତଳକୁ ଏକ ଆଇରନ ଓର୍ ବୋଝେଇ ଟ୍ରକ ଖସି ପଡିଛି । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ OD୦୯P ୦୧୨୨ ନମ୍ବର ଥିବା ଆଇରନ ବୋଝେଇ ଟ୍ରକଟି କେଉଁଝରରୁ ଅନୁଗୁଳର ଏକ ପ୍ଲାଣ୍ଟକୁ ଯାଉଥିଲା । ଆଉ ଜଟିଆ ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଟ୍ରକର ଆଗ ଚକାଟି ଫାଟି ଯାଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଟ୍ରକ ଭିତରେ ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ସେ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଥିଲେ।

ତେବେ ତାଳଚେର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଠିକାସଂସ୍ଥାର ଏକ ମେସିନ ସାହାଯ୍ୟରେ ମୃତ ଦେହଟିକୁ ଟ୍ରକ ଭିତରୁ ଉଦ୍ଧାର କରାଯାଇଥିଲା । ଏ ନେଇ କିଛି ସମୟ ଧରି ୫୩ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସରାଙ୍ଗ ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।