କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଇଥିଲେ । କେବଳ ସେତିକି ନୁହେଁ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ।
ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।
ଓଡିଶାରେ ରହିଛି ଦେବଗୁଣିଆ ପରମ୍ପରା । ବ୍ରହ୍ମବୀଣା ଧରି ଏମାନେ ବୁଲନ୍ତି ଘରକୁ ଘର । ବୁଲନ୍ତି ଗାଁକୁ ଗାଁ । ମାର୍ଗଶୀର ମାସରେ ଏହି ଦେବଗୁଣିଆମାନେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି, ହାତୀ, ଆସନ ଆଦି ତିଆରି କରି ବିକ୍ରି କରନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି ।
ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍ ପ୍ରତିକ୍ରିୟା ରଖିଛନ୍ତି।
ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ ।
କଟକ ରେଲ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।
ବିଦ୍ୟାଳୟ ଉପରେ ୧୦ କିଲୋମିଟର ପରିଧିରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ, ଯାହା ଫଳରେ ବହୁ ଛାତ୍ର ଛାତ୍ରୀ ଏ ବିଦ୍ୟାଳୟକୁ ଭରଷା କରନ୍ତି । ହେଲେ ବିଦ୍ୟାଳୟରେ ସ୍ଥାନ କମ୍ ରହିଥିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରନ୍ତି ନାହିଁ । ପ୍ରତ୍ୟେକ ବର୍ଷ ଏ ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି
ତରଣୀ ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।
‘At Risk’(ଓମିକ୍ରନ୍ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି।
ଆଜି ୨୦୨୧ ମସିହା ଡିସେମ୍ବର ୮ ତାରିଖ, ବୁଧବାର, ବିଛା ୨୩ ଦିନ, ମାର୍ଗଶିର ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କଟକ ରେଲ୍ୱେ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିଲେ।
ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ବ୍ୟାଙ୍କ ଓ ଏଟିଏମ୍ ସୁରକ୍ଷାକୁ ନେଇ କମିଶନରେଟ ପୋଲିସକୁ ଚିନ୍ତା ଘାରିଛି। ଏଣିକି ବ୍ୟାଙ୍କ, ଏଟିଏମ୍ ସିକ୍ୟୁରିଟି ଅଡିଟ୍ କରିବା ପାଇଁ ପୋଲିସ ଆପଣାଇଛି ଷ୍ଟ୍ରାଟେଜି।
ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି। ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ।
ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ?
ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି।
କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି ।
ଉତ୍ତ୍ୟକ୍ତ ଲୋକେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ।
ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି।