• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ(ରିପୋର୍ଟର- ବିଶ୍ୱଜିତ୍ ଆଚାର୍ଯ୍ୟ): ସିଲଭର୍ ସିଟିରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ଗଜପତି ଚନ୍ଦ୍ରଗିରିରୁ ଆସି ଖାନ୍ । ନଗର ପାର୍କ ନିକଟରେ ବ୍ୟବସାୟୀ କରୁଥିବା ତିବ୍ଦତ ବ୍ୟବସାୟୀ ଗ୍ରାହକ ମଧ୍ୟ ଗୋଟିଏ ସ୍ଥାନରୁ ଶସ୍ତା ଓ ଭଲ ପୋଷାକ ପାଉଥିବାରୁ ଭିଡ଼ ଜମାଉଛନ୍ତି ।

ମୋଜା, ସ୍ୱେଟର୍ ଓ ମଫଲର୍ ଭଳିକି ଭଳି ଟୋପି, ଜ୍ୟାକେଟ , ଚାଦର ଓ କମ୍ବଳ, ଆଉ ତା ସାଙ୍ଗକୁ ଷ୍ଟାଇଲିସ୍ ହ୍ୟାଣ୍ଡଗ୍ଲୋବ୍ସ । ସିଲଭର୍ ସିଟିରେ ଏବେ ଏମିତି ଆକର୍ଷଣୀୟ ଶୀତ ବସ୍ତ୍ର ନେବାକୁ ଗ୍ରାହକଙ୍କ ଚାହିଦା ବଢୁଛି । ବଜେଟକୁ ସୁହାଉଥିବାରୁ କଟକବାସୀଙ୍କ ପ୍ରଥମ ପସନ୍ଦ ରହିଛି । କଟକର ଖାନ ନଗର ପାର୍କ ନିକଟରେ ଏହି ତିବତ୍ତିଆନ୍ ବଜାରର ଲାଗିଛି । ଶୀତ ବସ୍ତ୍ର ଏହି ବଜାରରେ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଲାଗିବାରେ ଲାଗିଛି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅକର୍ଷଣୀୟ ଶୀତବସ୍ତ୍ର ଆଣିଛନ୍ତି ବ୍ୟବସାୟୀ ।

ଚଳିତ ବର୍ଷ ଏଠାରେ ୫୦ରୁ ଅଧିକ ଷ୍ଟଲ ଖୋଲିଛି । ୫୦ ଟଙ୍କିଆ ହ୍ୟାଣ୍ଡ ଗ୍ଲୋବ୍ସ ଠାରୁ ଆରମ୍ଭ କରି ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ଶୀତବସ୍ତ୍ର ଏଠାରେ ମିଳୁଛି । ଏଠାରେ ଶୀତବସ୍ତ୍ର ବିକ୍ରି କରୁଥିବା ସମସ୍ତ ବ୍ୟବସାୟୀ ର୍ନିଧାରିତ ମୂଲ୍ୟରେ ବା ଫିକ୍ସଡ୍ ପ୍ରାଇସ ରେ ସମସ୍ତ ଜିନିଷ ବିକ୍ରି କରୁଛନ୍ତି । କମ ଦାମରେ ଉନ୍ନତ ମାନର ଶୀତ ବସ୍ତ୍ର ଲୋକଙ୍କୁ ବିକ୍ରି କରୁ ଥିବାରୁ ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ସେମାନେ ସକ୍ଷମ ହୋଇଛନ୍ତି ।

 

ଶୀତ ଆସୁ ଆସୁ ରାଜ୍ୟର ଅନ୍ୟ ପ୍ରାନ୍ତ ଭଳି କଟକକୁ ମଧ୍ୟ ବ୍ୟବସାୟ ପାଇଁ ଆସିଥନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତିଆନ୍ ରିଫ୍ୟୁଜି ଓ୍ୱୈଲଫେୟାର୍ ଆସୋସିଏସନ୍ ର ବ୍ୟବସାୟୀ । ଗ୍ରାହକଙ୍କ ପାଇଁ ଦେଶର ବିଭିନ୍ନ କୋଣରୁ ପ୍ରସ୍ତୁତ ଶୀତବସ୍ତ୍ର ଆଣି ଏଠାରେ ବିକ୍ରି କରାଯାଇଥାଏ । ପୂର୍ବରୁ ଏମାନେ ରାଣୀହାଟ ପଡିଆରେ ବ୍ୟବସାୟ କରି ଆସୁଥିବା ବେଳେ, କିଛି ବର୍ଷ ଧରି କାଠଯୋଡି ନଦୀ କୂଳ ଖାନନଗର ପାର୍କ ନିକଟରେ ବ୍ୟବସାୟର ପସରା ମେଲାଇ ଆସୁଛନ୍ତି ।