• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି । ଘଟଣାରେ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ପୋଲିସ୍ ଏପରି କରିଥିବାର ଶୁଣିବାକୁ ମିଳିଛି । ବିଭିନ୍ନ ଛକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଛକ ଛକରେ ପୋଲିସ୍ ପଇନ୍ତରା ମାରିଛି । ବିଶେଷ ଭାବେ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନ, ବଜାର ଉପରେ କଡ଼ା ନଜର ରଖାଯାଇଛି । ଅଣ୍ଡାମାଡ଼ ଓ ବିରୋଧକୁ ଦୃଷ୍ଟିରେ ରଖି କଡ଼ା ବନ୍ଦୋବସ୍ତ କରାଯାଇଛି ।

ତେବେ ଗଂଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଛନ୍ତି । ଗଂଜାମର ଅଧିଷ୍ଠାତ୍ରୀ ଦେବୀ ତାରା ତାରିଣୀଙ୍କୁ ଦର୍ଶନ କରିଛନ୍ତି । BSKY କାର୍ଡ ବାଣ୍ଟିବା ସହ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଥିବାର ସୂଚନା ମିଳିଛି । ଆଜି ତାରାତାରିଣୀ ପୀଠକୁ ଯିବା ପରେ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିର କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ଏହାପରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ମଧ୍ୟ ବାଣ୍ଟିଛନ୍ତି ।

ଏହାପରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍ଏଚ୍‌ଜି ଗ୍ରୁପର ସଦସ୍ୟାଙ୍କୁ ୧୦୦ କୋଟିର ସହାୟତା ପ୍ରଦାନ କରାଯାଇଛି । ପର୍ଯ୍ୟଟନର ବିକାଶ ପାଇଁ ମୋ ବସ୍ ଗଞ୍ଜାମ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ହିଞ୍ଜିଳିର ଏକ ସ୍ମାର୍ଟ ସ୍କୁଲକୁ ଯାଇ ସେଠି ପିଲାଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ସ୍ମାର୍ଟ କ୍ଲାସ୍, ସ୍ମାର୍ଟ ଲାଇବ୍ରେରୀ ବୁଲି ଦେଖିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ନବୀନ ପଟ୍ଟନାୟକ ଆସିଥିବାର ଦେଖିବାକୁ ମିଳିଛି । ରାସ୍ତା, ଡ୍ରେନେଜ୍, ଶିକ୍ଷା ସ୍ୱାସ୍ଥ୍ୟ ପରିମଳ ଭଳି ବିଭିନ୍ନ କ୍ଷେତ୍ରର ମୋଟ୍ ୬୫୧ଟି ପ୍ରକଳ୍ପ ପାଇଁ ୫୭୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ହେଲେ ରାଜ୍ୟ ସରକାରଙ୍କ ଅନେକ ଯୋଜନା କେତେ ଦୂର ସଫଳ ହୋଇଛି, ତାହା ଆଖି ଆଗରେ ରହିଛି ।