• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଳଚେର : ମାମୁଁଙ୍କ ବାଟକୁ ଚାହିଁ ରହିଛି କୁନି ଭାଣିଜୀ । ହେଲେ ସେ ଆଉ ଫେରିବେନି । ଛଳ ଛଳ ଆଖିରେ ମାମୁଁଙ୍କୁ ଖୋଜୁଛି । କଥା ଦେଇ ଅଫେରା ରାଇଜକୁ ଚାଲିଗଲେ କହି ବିକଳ ହୋଇ କାନ୍ଦୁଛି । କୁନି ଝିଅ ଆଖିରୁ ଝରି ପଡ଼ୁଥିବା ଲୁହ ତା’ର ଯନ୍ତ୍ରଣା ବଖାଣୁଛି । ବିଶେଷ ବଡ଼ ହୋଇନଥିଲେ ସୁଦ୍ଧା ସେ ଜାଣିଛି, ମାମୁଁ ଯେଉଁଠିକି ଯାଇଛନ୍ତି , ଆଉ କେବେ ଫେରିବେନି । ତାଙ୍କ ପାଖରେ ଆଉ ଅଳିଅଝଟ କରିପାରିବନି । କି ବୁଲେଇ ନେବାକୁ ଜିଦ୍ କରିପାରିବନି । କୁନି ଝିଅର କାନ୍ଦଣା ଶୁଣି ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସୁଛି ।

rana pratapକଥା ହୋଇଥିଲେ ମାମୁଁ । ଜାନୁଆରୀରେ ଆସିବେ ବୋଲି , , ,

ମୋ ମାମୁଁ ବହୁତ ଭଲ । ସବୁ ଆଣି ଦିଅନ୍ତି । କଥା ହୋଇଥିଲେ ମାମୁଁ । ଜାନୁଆରୀରେ ଆସିବେ ବୋଲି କହିଥିଲେ । ଘରକୁ ଛୁଟି ଆସିଲେ ଅଧିକ ଦିନ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସିଲେ ବହୁତ ମଜା କରିବା, ବୁଲିଯିବା ବୋଲି କହିଥିଲେ । ଦୁଇ ସପ୍ତାହ ପୂର୍ବରୁ ମାମୁଁଙ୍କର ଟ୍ରେନିଂ ଥିଲା । ତାଙ୍କ ସହ କଥା ହୋଇଥିଲି । ହେଲେ ଆଉ ତାଙ୍କ ସହ କଥା ହୋଇପାରିବିନି କି କଥା ହୋଇପାରିବିନି କହି କାନ୍ଦୁଛି ବୀର ମାମୁଁର ଭାଣିଜୀ ।

ଗତକାଲି ଜନ୍ମଭୂମି ଓ ଜନ୍ମମାଟିରେ ଜଳିଲା ସହିଦଙ୍କ ଶେଷ ଚିତା । ଦେଶ ମାତୃତାକର ସେବା ବେଳେ ଦେଶ ପାଇଁ ବଳିଦାନ ଦେଇ ଶେଷରେ ଭିଟାମାଟିରେ ଚିର ନିଦ୍ରାରେ ଶୋଇ ଯାଇଛନ୍ତି ବାୟୁ ବୀର ରାଣାପ୍ରତାପ ଦାସ । ତାମିଲନାଡୁର କୁନୁର ହେଲିକର କ୍ରାସରେ ପ୍ରାଣ ହରାଇଥିବା ଜୁନିଅର ଓ୍ୱାରେଣ୍ଟ ଅଫିସର ରାଣାପ୍ରତାପଙ୍କ ପାର୍ଥିବ ଶରୀର ଅନୁଗୁଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିବା ପୂର୍ବରୁ ଲୁହରେ ଭିଜି ସାରିଥିଲା ସାରା ଗାଁ । ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ ।

ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ଚାତକ ଭଳି ଚାହିଁ ରହିଥିଲେ ଆବାଳ ବୃଦ୍ଧ ବନିତା । ଅପରାହ୍ଣ ପ୍ରାୟ ସାଢେ ୩ଟାରେ ତାଳଚେରରେ ପହଞ୍ଚିଥିଲା ରାଣାପ୍ରତାପଙ୍କ ମରଶୀରର । ସେଇଠୁ ଗାଁ ଅଭିମୁଖେ ବାହାରିଥିଲା ବିରାଟ ଶୋଭାଯାତ୍ରା । ସାହସୀ ପୁଅକୁ ଶେଷ ଥର ପାଇଁ ଟିକେ ଦର୍ଶନ କରିବାକୁ ବ୍ୟାକୁଳ ଥିଲେ ବୃଦ୍ଧ ବାପା ଓ ମାଆ ।

ଦେଶ ପାଇଁ ଜୀବନ ଦେଇ ସ୍ୱାମୀ ଗୌରବ ଆଣିଥିଲେ ବି ନିଜ ସଂସାର ଉଛନ୍ନ ହୋଇଥିବାରୁ ଧର୍ଯ୍ୟହରା ପତ୍ନୀଙ୍କ ଆଖିକୁ ଭିଜାଇ ଦେଉଥିଲା ଲୁହର ଧାରା ଶ୍ରାବଣ । ଘରଠୁ କିଛି ଦୂରରେ ରାଣାପ୍ରତାପଙ୍କ ପୈତୃକ ସ୍ଥାନରେ ହୋଇଥିଲା ଅନ୍ତିମ ସଂସ୍କାର ପାଇଁ ଆୟୋଜନ । ସେନା ପକ୍ଷରୁ ୨୧ ଗନ୍ ସାଲ୍ୟୁଟ୍ ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହୋଇଥିଲା ଅନ୍ତିମ ସଂସ୍କାର ।