କେତେବେଳେ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର । ନାନା ଭୟ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ । ଭିଡିଓ କଲ କରିବେ, ଡାଟା ନେବେ, ଆଉ ତାପରେ ଖେଳ ଆରମ୍ଭ ।
ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ ।