• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଂଗ୍ରେସ କର୍ମୀ ପଥର ମାଡ଼ କରିଥିବା ପୋଲିସର ଅଭିଯୋଗ ନେଇ ଚ୍ୟାଲେଞ୍ଜ

  • ପ୍ରମାଣିତ କରି ନପାରିଲେ ସିପି ଚାକିରି ଛାଡ଼ିବେ କି ବୋଲି ପ୍ରଶ୍ନ କଲେ ତାରା

  • ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାଡ଼ କରିଛି

  • କାର୍ଯ୍ୟାନୁଷ୍ଠାନ ନହେଲେ ସିପି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର : ପୋଲିସ କମିଶନରଙ୍କୁ ତାରା ବାହିନୀପତିଙ୍କ ଚ୍ୟାଲେଂଜ୍ । କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣିତ କଲେ ରାଜନୀତି ଛାଡିଦେବି । ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।

ଗତକାଲି ପିସିସି ଅଫିସରେ ପଶି ପୋଲିସର ମାଡ଼ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲା କଂଗ୍ରେସ । ପୂରା ମାମଲାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଥିଲା କଂଗ୍ରେସ । ପୋଲିସ୍ ମାନବାଧିକାର ଉଲ୍ଲଘଂନ କରିଛି । ଗୋଡ଼ାଇ ଗୋଡ଼ାଇ ପିଟିବା, ପିସିସି ଅଫିସ୍ ଭିତରେ ଆତଙ୍କ ଖେଳାଇବା ଭଳି କାର୍ଯ୍ୟ ପୋଲିସ୍ କରିଛି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି । ସରକାରଙ୍କ ଚାପରେ ଏପରି କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ବୋଲି ପ୍ରଶ୍ନ କରିଥିଲେ ?

ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଦୁଇଦିନ ପୂର୍ବରୁ ଲୋୟର ପିଏମ୍‌ଜିରେ କଂଗ୍ରେସର ଦଳୀୟ ନେତା ସଭା କରିଥିଲେ । ସଭାସ୍ଥଳ ଯାଏଁ ବାଇକ୍ ରାଲିରେ ଆସିବା ପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏଁ ପହଞ୍ଚିଯାଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ପୋଲିସ । ଏହି ସମୟରେ ଅଣ୍ଡା ସହ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

ବାସ୍ ଏଇଠୁ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଅମାନିଆ ହେବାରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ । ତାହାରି ଭିତରେ କିଏ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ତ ଆଉ କିଏ ବ୍ୟାରିକେଡ୍ ଡେଇଁ ସୁରକ୍ଷା ବଳୟକୁ ଭେଦ କରିଥିଲା । ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ଆକ୍ସନ ମୋଡ୍‌କୁ ଆସିଥିଲା । ଆଉ ଯାହାକୁ ପାରିଲା ପିଟିଲା । ଏପରିକି କଂଗ୍ରେସ ଭବନରେ ପଶି ନିର୍ଘାତ ମାଡ଼ ମାରିଲା । ଏଥିରେ କିଛି ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।