Advertisment

ନାଁକୁ ମାତ୍ର ସ୍ମାର୍ଟ ସ୍କୁଲ, ଶିକ୍ଷକ ନାହାନ୍ତି ! ପିଲାଏ ପଢ଼ିବେ କିପରି, ଶିଖିବେ କ’ଣ ?

ପିଲାଙ୍କୁ ପଢ଼ାଇବା ପାଇଁ କେହି ଶିକ୍ଷକ ନାହାନ୍ତି କି କୌଣସି କର୍ମଚାରୀ ମଧ୍ୟ ନାହାନ୍ତି । କେବଳ ଜଣେ ହିନ୍ଦୀ ଶିକ୍ଷୟତ୍ରୀକୁ ଡେପୁଟିସନରେ ଅଣା ଯାଇଥିବା ବେଳେ ଆସିକା ଟେକିନିକାଲ ସ୍କୁଲର ଜଣେ ଇଂରାଜୀ ଶିକ୍ଷକ ସପ୍ତାହକୁ ୩ ଦିନ ପାଇଁ ପଢାଇବାକୁ ଆସୁଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
smart school

smart school

ଆସିକା( ମନୋଜ ମୁନି) : ଶିକ୍ଷା ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବଂ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ରୁଚି ପାଇଁ ହାଇସ୍କୁଲ ଗୁଡିକୁ ସ୍ମାଟ ସ୍କୁଲରେ ରୂପାନ୍ତରିତ କରାଯାଇଛି । ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗ ଶାଳା ସହ ଇ-ଲାଇବ୍ରେରୀ ବ୍ୟବସ୍ଥା ହୋଇଛି । ଚକାଚକ ଶ୍ରେଣୀ ଗୃହ, ରମଣୀୟ ପରିବେଶ ଓ କାନ୍ଥବାଡ଼ରେ ସୁନ୍ଦର ସୁନ୍ଧର ଚିତ୍ର ଅଙ୍କନ କରି ସ୍କୁଲ ପରିସରକୁ ସଜାଯାଇଛି ।ଆଉ ଗତ ୧୬ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଭରଚୁଲ ମାଧ୍ୟମରେ ଏହି ସ୍କୁଲକୁ ଉଦଘାଟନ ମଧ୍ୟ କରିଛନ୍ତି । ହେଲେ ଚକାଚକ ଦେଖା ଯାଉଥିବା ଏହି ସ୍କୁଲରେ ଶିକ୍ଷକ ନାହାନ୍ତି । ଏଭଳି ଶିକ୍ଷା ବ୍ୟବସ୍ଥାର ବିଳକ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଂଚାୟତର ହୁମୁକି ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ।

Advertisment

୧୯୫୪ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମେ ସପ୍ତମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଥିଲା । ପରବର୍ତ୍ତୀ ସମୟରେ ୨୦୧୭ରୁ ଏଠାରେ ଦଶମ ପର୍ଯ୍ୟନ୍ତ ପାଠପଢ଼ାର ବ୍ୟବସ୍ଥା କରାଯାଇଛି । ଏବେ ନବମରେ ୩୦ ଜଣ ଓ ଦଶମରେ ୨୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନବମ,ଦଶମ ପିଲାଙ୍କୁ ପଢ଼ାଇବା ପାଇଁ ବିଷୟ ବିଭିତ ଶିକ୍ଷକ ଅଭାବ ପୂରଣ ହେଉନାହିଁ । ଗତ ନଭେମ୍ବର ୧୬ ତାରିଖରେ ଏହାକୁ ସ୍ମାଟ ସ୍କୁଲରୂପେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଭରଚୁଆଲ ମଧ୍ୟରେ ଉଦଘାଟନ ମଧ୍ୟ କରିଛନ୍ତି।

ହେଲେ ପିଲାଙ୍କୁ ପଢ଼ାଇବା ପାଇଁ କେହି ଶିକ୍ଷକ ନାହାନ୍ତି କି କୌଣସି କର୍ମଚାରୀ ମଧ୍ୟ ନାହାନ୍ତି । କେବଳ ଜଣେ ହିନ୍ଦୀ ଶିକ୍ଷୟତ୍ରୀକୁ ଡେପୁଟିସନରେ ଅଣା ଯାଇଥିବା ବେଳେ ଆସିକା ଟେକିନିକାଲ ସ୍କୁଲର ଜଣେ ଇଂରାଜୀ ଶିକ୍ଷକ ସପ୍ତାହକୁ ୩ ଦିନ ପାଇଁ ପଢାଇବାକୁ ଆସୁଛନ୍ତି । ସ୍କୁଲର ବିଷୟ ଭିତ୍ତିକ ଶିକ୍ଷକ ଅଭବି ବିଷୟରେ ସ୍କୁଲର ME ସେକ୍ସନର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଲିଖିତ ଭାବେ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିବା ପରେ ମଧ୍ୟ ଶିକ୍ଷକ ସମସ୍ୟା ହଟିନି ।

Advertisment

ଏବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶିକ୍ଷକ ଅଭାରରୁ ଗଣିତ, ବିଜ୍ଞାନ,ସାମାଜିକ ବିଜ୍ଞାନ,ମାତୃଭାଷା ଓ ସଂସ୍କୃତ ଭଳି ବିଷୟ ପଢିବାରୁ ବଂଚିତ ଅଛନ୍ତି । ଫଳରେ ସେମାନେ ଆଗକୁ କିପରି ପାଠପଢି ମାଟ୍ରିକ ପରୀକ୍ଷା ଦେବେ ତାହାକୁ ନେଇ ଏବେ ମାନସିକ ଚାପରେ । ତେଣୁ ବିଷୟ ଭିତିକ ଶିକ୍ଷକ ଯୋଗାଇବା ପାଇଁ ଛାତ୍ର ଛାତ୍ରୀ ଦାବି କରିଛନ୍ତି।

ସରକାର ହାଇସ୍କୁଲ ଗୁଡିକରେ ଉନ୍ନତ ଶିକ୍ଷଦାନ ପାଇଁ ୫ଟି ରେ ରୂପାନ୍ତରିତ କରାଯାଇଛି ସତ ହେଲେ ଏଭଳି ଶିକ୍ଷକ ଅଭାବ ଏବେ ଶିକ୍ଷଦାନ ବ୍ୟବସ୍ଥା ପ୍ରତି ପ୍ରଶ୍ନ ବାଚି ସୃଷ୍ଟି କରୁଛି । ଏପଟେ ହାଇସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ରହିଛି । ଆଉ ଏହା ବିଷୟରେ ସରକାର ଅବଗତ ଅଛନ୍ତି ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଖୁବ ଶୀଘ୍ର ଖାଲି ପଢିଥିବା ଶିକ୍ଷକ ପଦ ପୂରଣ କରାଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ମଧ୍ୟ ଏଯାବତ ହାଇସ୍କୁଲ ଗୁଡିକର ଶିକ୍ଷକ ସମସ୍ୟା ତୁଟି ନାହିଁ । ଯଥା ଶୀଘ୍ର ହାଇସ୍କୁଲ ଗୁଡିକରେ ଥିବା ଶିକ୍ଷକ ଅଭାବ ପ୍ରତି ଶିକ୍ଷା ବିଭାଗ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Smart School
Advertisment
Advertisment