• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ମଲାଇ ପନିର'

ଆମେ ଘରେ ପନିରର ବିଭିନ୍ନ ରେସିପି ପ୍ରସ୍ତୁତ କରାଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଲାଇ ପନୀର’ ।

‘ମଲାଇ ପନିର’ ବନେଇବା ପାଇଁ ସାମଗ୍ରୀ:

ପନୀର, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା-ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ଲୁଣ, ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଟୁଲି ଲଗାଇ କଡେଇ ବସାନ୍ତୁ
  • କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଏହାପରେ ସେଥିରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ ।
  • ଏହାପରେ ମସଲାକୁ ଭଲ ଭାବେ କଷନ୍ତୁ ।
  • ମସଲା ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାନ୍ତୁ ।
  • ମସଲାକୁ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ପନୀର୍ ପକାଇ କଷନ୍ତୁ ।
  • ଏହାପରେ କିଛି ସମୟ ପରେ ଅଧା କପ୍‌ ପାଣି ଦିଅନ୍ତୁ ।
  • ଏହାପରେ ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ ।
  • ଏହାପରେ  ସେଥିରେ ଫ୍ରେଶ୍‌ କ୍ରିମ୍‌ ପକାନ୍ଏତୁ
  • କିଛି ସମୟ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ  ଟୁଲିକୁ ବନ୍ତଦ କରି ତଳକୁ ଓହ୍ଲାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ପନୀର’ । ଏହି ରେସିପିଟିକୁ ଆପଣ ରୁଟି, ପରଟା କିମ୍ବା ନାନ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।