Advertisment

Dahibara Dibasa: କଟକିଆଙ୍କ ପ୍ରିୟ ଖାଦ୍ୟ ଦହିବରା...ଯିଏ ଖାଇଛି, ସିଏ ଜାଣିଛି...

ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ ଖାଇବାର ମଜା କିଛି ନିଆରା । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦହିବରା ଷ୍ଟଲ୍ ବୁଲି ଖାଇବାର ମଜା ନେଉଛନ୍ତି ସଭିଏଁ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dahibara

Dahibara

ଆଜି ଦହିବରା ଦିବସ। ସବୁଠି କଟକ ଦହିବରାର ଆଦର । କଟକର ଗଳିକନ୍ଦିରୁ ବାହାରି ବିଶ୍ୱ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍। ଓଡ଼ିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ ।

Advertisment

ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ ଖାଇବାର ମଜା କିଛି ନିଆରା । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦହିବରା ଷ୍ଟଲ୍ ବୁଲି ଖାଇବାର ମଜା ନେଉଛନ୍ତି ସଭିଏଁ ।

ଅଧିକ ପଢ଼ନ୍ତୁ: କେବେ ଆରମ୍ଭ ହେଲା ଦହିବରା...ଜାଣନ୍ତୁ ଏହାର ଇତିହାସ...

କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ। ଖାଲି ଓଡ଼ିଶାରେ ସୀମିତ ରହିନି ଦହିବରା, ଦେଶର ବିଭିନ୍ନ ସ୍ଥାନରେ ବି ଏବେ ଓଡ଼ିଆର ଏହି ସ୍ୱାଦକୁ ଚାଖିଛନ୍ତି ଲୋକେ।

Advertisment

ପ୍ଲେଟ୍‌ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ଲାଳ ଆସିଯିବଣି ଆଉ ମନ ହେବଣି କେଉଁଠିକୁ ଗୋଟେ ଯାଇ ଗୋଟେ-ଦି’ ପ୍ଲେଟ୍ ଖାଇଦେବା ପାଇଁ। କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁ, ସାରା ଦେଶରେ ଖ୍ୟାତି ଅର୍ଜନ କରିଛି।

ଅଧିକ ପଢ଼ନ୍ତୁ: BMWରେ ଆସି ବିକୁଛନ୍ତି ଦହିବରା, ରୋଜଗାର ହେଉଛି କୋଟି କୋଟି ଟଙ୍କା

Cuttack Dahibara Aloodum
Advertisment
Advertisment