Advertisment

Mosquito: ଅଜବ ନିୟମ; ମାରନ୍ତୁ ମଶା; ନିଅନ୍ତୁ ଟଙ୍କା

ଫିଲିପାଇନ୍ସର ରାଜଧାନୀ ମାନିଲାର ମାନାଡାଲୁୟୋଙ୍ଗରେ ଏହି ଘୋଷଣା କରାଯାଇଛି। ସେଠାରେ ପ୍ରବଳ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ବିଚିତ୍ର ଘୋଷଣା କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Mosquito

Mosquito

ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ କି ? ମଶା ମାରିଲେ ପୁଣି ଟଙ୍କା? କିନ୍ତୁ କଥାଟି ପୁରା ସତ। ଫିଲିପାଇନ୍ସରେ ମଶା ମାରିବା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଜୀବିତ କିମ୍ବା ମୃତ ଯେକୌଣସି ମଶାକୁ ମାରିବା ପାଇଁ ପୁରସ୍କାର ଦିଆଯିବ।

Advertisment

ଫିଲିପାଇନ୍ସର ରାଜଧାନୀ ମାନିଲାର ମାନାଡାଲୁୟୋଙ୍ଗରେ ଏହି ଘୋଷଣା କରାଯାଇଛି। ସେଠାରେ ପ୍ରବଳ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ବିଚିତ୍ର ଘୋଷଣା କରାଯାଇଛି। ଯଦି କୌଣସି ବ୍ୟକ୍ତି ମଶାକୁ ଜୀବନ୍ତ କିମ୍ବା ମୃତ ଆଣେ, ତେବେ ସେ ପୁରସ୍କାର ପାଇବାକୁ ହକଦାର ହେବ।

ଅଧିକ ପଢ଼ନ୍ତୁ: ହିମ ବିଭୀଷିକା: ଧସିଲା ବରଫ ପାହାଡ଼; ସାମ୍ନାକୁ ଆସିଲା ଛାତିଥରା ଚିତ୍ର...

Advertisment

ଯେଉଁ ବ୍ୟକ୍ତି ମଶା ଆଣିବ ତାକୁ ଟଙ୍କା ମିଳିବ। ୫ଟି ଜୀବନ୍ତ କିମ୍ୱା ମଲା ମଶା ଆଣିଲେ ଗୋଟିଏ ପେସୋ। ଅର୍ଥାତ ୬୦ରୁ ୬୫ ମଶାଙ୍କୁ ଆଣୁଥିବା ବ୍ୟକ୍ତିଙ୍କୁ ଏକ ଟଙ୍କା ମିଳିବ। ଏହି କାର୍ଯ୍ୟକ୍ରମ ଅତି କମରେ ଗୋଟିଏ ମାସ ପାଇଁ ଚାଲିବ। ଲୋକମାନେ ମଧ୍ୟ ଏହି ଅଫରର ଖୁବ ଫାଇଦା ଉଠାଉଛନ୍ତି। ବିଭିନ୍ନ ସ୍ଥାନରୁ ମଶା ମାରି ପ୍ରଶାସନିକ କାର୍ଯ୍ୟାଳୟକୁ ଦେଇ ଟଙ୍କା ନେଉଛନ୍ତି।

ଫିଲିପାଇନ୍ସରେ ଅତି କମରେ 28,234 ଡେଙ୍ଗୁ ମାମଲା ରିପୋର୍ଟ ହୋଇଛି। ଯାହା ଗତ ବର୍ଷର ତୁଳନାରେ 40 ପ୍ରତିଶତ ଅଧିକ। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ତେଣୁ ମଶା ବଂଶ ରୋକିବା ପାଇଁ ନାଳ ନର୍ଦ୍ଦମା ସଫା କରିବା ସହ ଏହି ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରାଯାଇଛି। ତେବେ ଏ ଅଫର ନେଇ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ ।

ଅଧିକ ପଢ଼ନ୍ତୁ: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ

Philippines Dengue Mosquito
Advertisment
Advertisment