• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୨ ତାରିଖ, ରବିବାର, ବିଛା ୨୭ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ଚନ୍ଦ୍ର

ଆଜି ମେଷ ରାଶିର ଘାତବାର ଏବଂ ଧନୁ ରାଶିର ଘାତଚନ୍ଦ୍ର । ଆଜି ଲାଉ ଖାଇବା ମନା ।

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:- ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ଓ ଅର୍ଥଖର୍ଚ୍ଚ ହେବ । ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରା ଲାଭପ୍ରଦ ହେବ ନାହିଁ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ଏବଂ ଚାକିରୀ କ୍ଷେତ୍ରରେ ଶୁଭଫଳ ପାଇବେ ।

ପ୍ରତିକାର:- ମାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

ବୃଷ:- ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭପ୍ରଦ ହେବେ । କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏବଂ ମାନସମ୍ମାନ ବୃଦ୍ଧି ହେବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ଧାର ଦେଇଥିବା ଅର୍ଥ ଆଦାୟ ହେବ ।

ପ୍ରତିକାର:- ଗ୍ରାମଦେବୀଙ୍କ ପାଖରେ ଦ୍ୱୀପ ଜାଳନ୍ତୁ ।

ମିଥୁନ:- କର୍ମକ୍ଷେତ୍ରରେ ଖୁସିରେ ସମୟ ଅତିବାହିତ କରିବେ । ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ।

ପ୍ରତିକାର:- ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ ।

କର୍କଟ:- ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ପରିବାରରେ କୌଣସି ଏକ ସମସ୍ୟାକୁ ନେଇ ଅର୍ଥହାନୀ ଯୋଗ ରହିଛି । ମହିଳାମାନଙ୍କୁ କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ସଫଳତା ପାଇବା ଦିଗରେ ଅଗ୍ରସର ହେବେ ।

ପ୍ରତିକାର:- ମା ପାର୍ବତୀଙ୍କ ପାଖରେ ଦ୍ୱୀପ ଜାଳନ୍ତୁ ।

ସିଂହ:- ଜୀବନସାଥିଙ୍କ ସହିତ ପ୍ରେମଭାବ ବୃଦ୍ଧି ହେବ, ଚାକିରି କ୍ଷେତ୍ରକୁ ନେଇ ଶୁଭଫଳ ପାଇବେ ନାହିଁ । ନୂତନ ଘର ତିଆରି କରିବା ପାଇଁ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ଶତୃମାନେ ପରାଜିତ ହେବେ ଏବଂ ମିତ୍ରତାର ହାତ ବଢାଇବେ, ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ।

ପ୍ରତିକାର- ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

କନ୍ୟା:- ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଭଲ ରହିବ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଶାରୀରିକ ଅସୁସ୍ଥତା ଦୂର ହେବ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି, ଶତୃମାନେ ପରାଜିତ ହେବେ ।

ପ୍ରତିକାର:- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:- ପାରିବାରିକ ସମସ୍ୟାକୁ ନେଇ କଳହ ଦେଖାଯିବ । କୌଣସି ଜରୁରୀ କାଳୀନ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ, ବ୍ୟବସାୟ ପାଇଁ ବନ୍ଧୁ ସହଯୋଗ କରିବେ ।

ପ୍ରତିକାର:- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ ।

ବିଛା:- ପିଲାମାନଙ୍କର କ୍ୟାରିୟରକୁ ନେଇ ବାପା ମା ବନ୍ଧୁଙ୍କର ପରାମର୍ଶ ନେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବାଦବିବାଦ ଦେଖାଦେବ, ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ ।

ପ୍ରତିକାର:- ଶ୍ରୀ ହନୁମାନ ଅଷ୍ଟକ ପାଠ କରନ୍ତୁ ।

ଧନୁ:- କର୍ମକ୍ଷେତ୍ରକୁ ନେଇ ମାନସିକ ଅଶାନ୍ତି ଓ ଅପମାନ ପାଇବାର ଯୋଗ ରହିଛି । ଧାରକରଜ ଭାବିଚିନ୍ତି କରନ୍ତୁ, ନଚେତ୍ ଅସୁବିଧାରେ ପଡିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିଛି ।

ପ୍ରତିକାର:- ମଥାରେ ଚନ୍ଦନ ଧାରଣ କରନ୍ତୁ ।

ମକର:- ବହୁଦିନରୁ ଲାଗି ରହିଥିବା ଜମିବାଡିର ସମାଧାନ ହେବ । ଆପୋଷ ବୁଝାମଣାରେ ଅଧିକ ସମୟ ପୂଜାପୂଜି ଓ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ, ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ।

ପ୍ରତିକାର:- ଗ୍ରାମଦେବୀଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ ।

କୁମ୍ଭ:- ଶୁଭକାର୍ଯ୍ୟ କିମ୍ବା ଜମିବାଡି କିଣିବା ପାଇଁ ଅର୍ଥବ୍ୟୟ ହେବ । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ । ପରିବାରରେ ସନ୍ତାନଙ୍କ ପକ୍ଷରୁ ଅଶାନ୍ତି ଲାଗି ରହିବ ।

ପ୍ରତିକାର:- କୁଆକୁ ଖାଦ୍ୟ ଦିଅନ୍ତୁ ।

ମୀନ:- ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାରୁ ମନ ଖୁସି ରହିବ । ଗୁରୁଜନଙ୍କ ପରାମର୍ଶରେ କୌଣସି ବଡ ପଦକ୍ଷେପ ନେବେ । ନୂତନ ଜାଗା ଓ ଯାନବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିବ ।

ପ୍ରତିକାର:- ବାପା ମାଙ୍କୁ ପ୍ରଣାମ କରନ୍ତୁ ।