ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।
ସମୟ ଦିନ ପ୍ରାୟ ଗୋଟାଏ ହେବ । ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତାଙ୍କ ସଭା ।
ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି ।
ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି ।
ଚିନ୍ତାରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟ ଅଭାବ ଅସୁବିଧା ପାଇଁ ଧୀରେ ଧୀରେ ପାଠରୁ ଦୂରଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ମହାମାରୀ କରୋନା ବିଶାଳ ବ୍ୟବଧାନ ସୃଷ୍ଚି କରିବା ପରେ ସଙ୍କଟରେ ରହିଛି ପ୍ରାଥମିକ ଶିକ୍ଷା।
୨୦୨୦ ମସିହା ପାଇଁ ଘୋଷଣା ହୋଇଛି ‘ଟାଇମପାସ୍ ବୁକର୍ ପୁରସ୍କାର’। ଏନେଇ ଦୁଇ ସ୍ରଷ୍ଟାଙ୍କୁ ମନୋନୀତ କରାଯାଇଛି। ଏହା ସହିତ ‘ଟାଇମ୍ପାସ୍ ବେଷ୍ଟ୍ସେଲର୍ ପୁରସ୍କାର’ ଓ ‘ଟାଇମ୍ପାସ୍ ବହିବନ୍ଧୁ ସମ୍ମାନ’ ମଧ୍ୟ ଘୋଷଣା ହୋଇଛି। ଅଧିକ ଜାଣିବା ପାଇଁ ପଢନ୍ତୁ…
ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।
ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ।
ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ଅଷ୍ଟମ ଦିନରେ ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ ।
ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି ।
ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।
ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଏକ ସ୍ମୃତିର ଦିନ ।
ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାର କବିସୂର୍ଯ୍ୟ ବଳଦେବ ରଥଙ୍କ ପୌରାଣିକ ରାଜପ୍ରସାଦ ଏବେ ଭୂତ କୋଠି ପାଲଟିଛି । କେବଳ ନାଁକୁ ମାତ୍ର ହୋଇଛି ବଳଦେବ ରଥଙ୍କ ସ୍ମୃତି ପୀଠ । ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ର ବର୍ବରତା ଦେଖିବାକୁ ମିଳିଛି।
ସମୁଦ୍ରକୂଳରେ ଲାଗିଥିବା ୪୦ ଫୁଟ୍ ଲମ୍ବ ତିମିକୁ ହଟାଇବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜେସିବି ଦ୍ୱାରା ତିମିକୁ ବିଚରୁ ଆଣି ପୋତିବା କାମ ଆରମ୍ଭ ହୋଇଛି ।
ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।
ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି । ଏହି କାରଣରୁ ବୋଟିଂ ଏବଂ ପାରା ସେଲିଂ ପାଇଁ ଏଠାରେ ପ୍ରତିଦିନ ଭି଼ଡ଼ ଜମୁଛି । କେବଳ ଏତିକି ନୁହେଁ ଛୁଟି ଦିନ ଗୁଡ଼ିକରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି ।
ଆପଣ କେବେ ଦେଶୀ ଶୈଳୀରେ ପ୍ରସ୍ତୁତ ହୋଇଥିବା 'ଛେଚା କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ 'କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ପ୍ରସ୍ତୁତ କରିବୁ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ରିସ୍କ’(ଓମିକ୍ରନ୍ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଯାଇଥିଲା। ଆଶ୍ୱସ୍ତିକର ଖବର, ୨୪୬ ସାମ୍ପଲରେ ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହୋଇନାହିଁ।
ଭୋକ ବୋଲ ମାନୁନି । ମା କୁ ଘଡିକି ଘଡି ଖାଇବାକୁ ମାଗି ଦେଉଛନ୍ତି ଦୁଇପିଲା । ସେତିକିବେଳେ ଭାବନ୍ତୁ ଆକାଶ ଛିଣ୍ଡି ପଡୁଛି ମାଁ ମୁଣ୍ଡରେ । କି କାମ କରିବ । କୋଉ କାମ କରିବ ସେ ଭାବି ଭାବି ଏବେ ଚିନ୍ତାରେ ।
ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍।
ଆଜି ୨୦୨୧ ମସିହା, ଡିସେମ୍ବର ୧୦ ତାରିଖ ଶୁକ୍ରବାର, ବିଛା ୨୫ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଭଦ୍ରକ ଜିଲ୍ଲାର ଭାନଭି ଭାବ୍ୟାଂଶିଖା । ସାବରଙ୍ଗ ଥାନା ଆଟୋ ଗ୍ରାମର ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ କନ୍ୟା ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ.କେଜି ଛାତ୍ରୀ । ବୟସ ୪ ବର୍ଷ ମାସ ।
କୋବି ଟିକେ ସୁକୁମାରିଆ ପରିବା । ସାମାନ୍ୟ ବର୍ଷା ହେଲେ ବି ଏହା ନଷ୍ଟ ହୋଇଯାଏ । କିଛି ସ୍ଥାନରେ ଫୁଲ ଧରି ଆସିଥିଲା ବେଳେ ବର୍ଷା ମାଡରେ ଏହା ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହା ଜାଣି ମଧ୍ୟ ଚାଷୀ ନିଜ ଫସଲକୁ ବଂଚାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛି। କେବଳ ଗୋଟିଏ ଆଶା କାଳେ କିଛି ଫସଲ ବଂଚିଯିବ।
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।