• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ସହଜ ଓ ସରଳ ଉପାୟରେ ବନାନ୍ତୁ ‘ତାୱା ସ୍ମୋକ୍‌ ଚିକେନ୍‌’

ଘରେ ଆପଣ ଚିକେନର ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ତାୱା ସ୍ମୋକ୍‌ ଚିକେନ୍‌’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

ତାୱା ସ୍ମୋକ୍‌ ଚିକେନ୍‌’ ବନେଇବା ପାଇଁ ସାମଗ୍ରୀ:

ଚିକେନ୍‌, ଲୁଣ, ଦହି, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ୍‌, ରିଫାଇନ୍‌ ତେଲ ଓ କୋଇଲା।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନ୍‌ ଧୋଇ ତାକୁ ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ତାକୁ ମ୍ୟାରିନେଟ୍‌ କରି ରଖନ୍ତୁ।
  • ଭଲଭାବେ ମ୍ୟାରିନେଟ୍‌ ହେବା ପାଇଁ ଚିକେନ୍‌କୁ ମଝିରେ ଛୁରୀରେ ଅଳ୍ପ କାଟି ଦିଅନ୍ତୁ।
  • ଏହିଭଳି କରିବା ଦ୍ୱାରା ମସଲା ଗୁଡ଼ିକ, ଚିକେନ୍‌ରେ ଭଲ ଭାବେ ମିଶିଯାଇଥାଏ।
  • ମ୍ୟାରିନେଟ୍‌ କରିବାକୁ ଚିକେନ୍‌ରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌, ଗରମ ମସଲିଆ, ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହା ପରେ ତାକୁ ୨୦ ରୁ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ।
  • ଏହା ପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ ଚିକେନ୍‌ ତେଲରେ ଗୋଟିଏ ଗୋଟିଏ ପିସ୍‌ କରି ପକାଇ ଭଲଭାବେ ଭାଜନ୍ତୁ।
  • ଚିକେନ୍‌ ଭାଜି ହୋଇଯିବା ପରେ ଏକ ପାତ୍ରରେ ରଖନ୍ତୁ।
  • ଏହାପରେ କୋଇଲାକୁ ଗରମ କରି ତାକୁ ଏକ ଷ୍ଟିଲ୍‌ ଗିନାରେ ରଖି ସେହି ଚିକେନ୍‌ ଭିତରେ ରଖି ତା’ଉପରେ ଏକ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ।
  • କୋଇଲାରେ ଧୂଆଁ ହେବାକୁ ସେଥିରେ ଟିକେ ତେଲ ପକାଇ ଦିଅନ୍ତୁ।
  • କିଛି ସମୟ ପରେ ଚିକେନ୍‌କୁ କାଢ଼ି ଦିଅନ୍ତୁ।
  • ଏହାକୁ ଏକ ପ୍ଲେଟକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ତାୱା ସ୍ମୋକ୍‌ ଚିକେନ୍‌’ । ସେହି ଚିକେନ୍‌କୁ ପୁଦିନା ଚଟଣୀ ସହ ନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ । ଏହି ରେସିପିଟିକୁ ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।