ବାଲେଶ୍ୱର ଜିଲ୍ଲା ରେମୁଣା ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।
ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା । ତଦନ୍ତକୁ ଆହୁରି ଜୋରଦାର କରିଛି କମିଶନରେଟ ପୋଲିସ ।
ଆମ୍ବୁଟାକୁଆ ଖାଇ ଡହଳବିକଳ ହେଉଥିବା କନ୍ଧମାଳର ମାଣ୍ଡିପଙ୍କା ଗାଁରେ ଏବେ ପାଣି ପାଇଁ ହାହାକାର ପରିସ୍ଥିତି ।
କଟକ ଗଣଦୁଷ୍କର୍ମ ମାମଲାରେ ରହିଛି ଆଉ ଜଣଙ୍କ ସଂପୃକ୍ତି । ମାମଲାରେ ଆଉ ଜଣଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଜଣାଇଥିବା କହିଛନ୍ତି କଟକ ଡିସିପି ।
ଏହି ଲୁଟ୍ ଖବର ପାଇ ଘଟଣାସ୍ଥଳରେ ସାଣ୍ଟିଫିକ୍ ଟିମ୍ ସହ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜାମିନ୍ ପାଇଁ ହାଇକୋର୍ଟ ଜଜଙ୍କୁ ଲାଞ୍ଚ ଦିଆଯିବ ବୋଲି ମହକିଲଙ୍କୁ କହି ଅଡୁଆରେ ପଡିଛନ୍ତି ଜଣେ ଓକିଲ । ଏହି ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଖାରଜ ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ତାଙ୍କ ବିରୋଧରେ କେସ୍ ଚାଲିବ ।
ଏହି 'ଅପରେସନ ଡେମୋନଷ୍ଟ୍ରେସନ' ବା ପରିଚାଳନାଗତ ପ୍ରଦର୍ଶନୀରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ କରିଛି ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅଁଳା ନବମୀରେ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁ ନଥିବା ଭିଡ ଲାଗେ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଏହିଦିନ ଶ୍ରୀରାଧାଙ୍କ ପାଦ ଦର୍ଶନର ମାହାତ୍ମ୍ୟ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ୪ ବର୍ଷର ସ୍ନାତକ ବା ଗ୍ରାଜୁଏସନ୍ କୋର୍ସ ଆରମ୍ଭ ହେବ ।
ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।
ପଦବୀରୁ ହଟାଯିବାର ୧୮ ଦିନ ପରେ ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା।
ଭୁବନେଶ୍ବର ସତ୍ୟନଗର ମଶାଣିରେ ଢେର ସମୟ ଧରି ଚାଲିଥିଲା ଏ ପାଲା । ବଡ଼ କଥା ହେଲା- ଅନ୍ତିମ ସଂସ୍କାର ଅଧାରୁ ଯାହାଙ୍କ ଦରପୋଡ଼ା ଶବକୁ ପୋଲିସ୍ ଜବତ କରିଛି- ସେ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ, ବୟସ ୭୬ ।
ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ।
ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ। ହେଲେ କାହା ଇସାରାରେ, କାହା ଇଙ୍ଗିତରେ ?
ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି ।
ଶକ୍ତି ବିଭାଗ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା । ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ମିଳିଲା ଅତିରିକ୍ତ ଦାୟିତ୍ବ ।
ରେମୁଣାର ୧୧ ନଂ ୱାର୍ଡ କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର । କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ ହୋଇଥିଲା ।
ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ଓ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ।
ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ ।
ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ। ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ।
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଚାନକ ଲାଗିଲା ନିଆଁ। ଜଳିଗଲା କପଡ଼ା ଗୋଦାମ। ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି।
ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।