/odishatv-khabar/media/post_attachments/uploadimage/library/16_9/16_9_0/Fire_1731136239.jpg)
Fire
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଚାନକ ଲାଗିଲା ନିଆଁ। ଜଳିଗଲା କପଡ଼ା ଗୋଦାମ। ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଗୋଦାମ ଥିଲା। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସେହିଭଳି ଦୀପାବଳିରେ ମଧ୍ୟ ଭୁବନେଶ୍ୱର ୧ ନମ୍ବର ହାଟରେ ନିଆଁ ଲାଗିଥିଲା। ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ୧ ନମ୍ବର ହାଟ ଭୂତଳ ମାର୍କେଟରେ ଲାଗିଥିଲା ନିଆଁ । ପ୍ରଥମେ ୨୩ ନମ୍ବର ଦୋକାନରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଏହାପରେ ନିଆଁ ସମସ୍ତ ଦୋକାନକୁ ବ୍ୟାପିଥିଲା । ତେବେ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚିଥିଲା । ତେବେ ଏହି ମାର୍କେଟରେ ପୂରା ସେଣ୍ଟ୍ରାଲ ଏସି ଥିବାରୁ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ନାକେଦମ ହୋଇଥିଲା । ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲା ।
ଏହାଛଡ଼ା ଭୁବନେଶ୍ବର ବାପୁଜୀନଗରରେ ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୩ ଟି ଭେଣ୍ଡିଂ ଜୋନ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏଥିରେ ୩ଟି ସାଇକେଲ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)