Advertisment

Plastic-Free Campus: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା; ଛାତ୍ରଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍

ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ ।

author-image
Sujit kumar Swain
 Strict Ban On Single-Use Plastics

Strict Ban On Single-Use Plastics

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା । ଛାତ୍ର ଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍ । ଏ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । 

Advertisment

ଏହି ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ । ଏହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଛାତ୍ରଛାତ୍ରୀ ଯେଯରି ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେଥିଲାଗି ସଚେତନ କରାଯିବ । 

ଅଧିକ ପଢନ୍ତୁ: କିପରି କରିବେ ମାଟ୍ରିକ ଫର୍ମ ଫିଲଅପ୍, ଶେଷ ତାରିଖ କେବେ ଜାଣନ୍ତୁ...

ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ନେଇ ସେମିନାର, କର୍ମଶାଳା ଏବଂ ସଚେତନତା ଅଭିଯାନ କରାଯିବ । ଏଥି ସହିତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ‘ଉନ୍ନତ ଭାରତ ଅଭିଯାନ’ରେ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଏହି ଗ୍ରାମଗୁଡିକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ଗାଇଡଲାଇନରେ ରହିଛି । 

Advertisment

ଶିଳ୍ପାୟନ ସହିତ ଜିନିଷ ପତ୍ର ନେବା ଆଣିବାରେ ସୁବିଧା ପାଇଁ ଲୋକେ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ପସନ୍ଦ କରିଥିଲେ। ତେବେ ଦିନେ ଯେ ଏହା ଯୋଗୁ ପୃଥିବୀ ଧ୍ୱଂସସ୍ତୂପରେ ବସିବ ତାହା ମଣିଷ କେବେ ମଧ୍ୟ କଳ୍ପନା କରି ନ ଥିଲା। ଏପ୍ରକାର ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟିତ ହୋଇ ପାରି ନ ଥାଏ। ଫଳରେ ଏହା ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପାଣି ବୋତଲ, ଜିନିଷପତ୍ର ଆଣିବାରେ ବ୍ୟବହାର କରୁଥିବା ପଲିଥିନ୍‌, ଷ୍ଟ୍ର, ଚା କପ୍‌, ଗ୍ଲାସ୍‌, ପ୍ଲେଟ୍‌, ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ‘ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌’ । ଏହାକୁ ଥରେ ମାତ୍ର ବ୍ୟବହାର କରାଯାଇଥାଏ । ପୃଥିବୀରେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହୋଇଥାଏ । ଭାରତରେ ଏଭଳି କମ୍ପାନୀଗୁଡ଼ିକ ୪୦ ପ୍ରତିଶତରୁ ଅଧିକ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରିଥାନ୍ତି । ତେବେ ଏହାର କୁପ୍ରଭାବ ସମ୍ପର୍କରେ ଜଣାପଡ଼ିବା ପରେ ଅନେକ ବଡ଼ ବଡ଼ ଇ-କମର୍ସ କମ୍ପାନୀ ଏହାର ବ୍ୟବହାରକୁ କମ୍‌ କରିଛନ୍ତି ।

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଆମେ ବାସ କରୁଥିବା ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ପୃଥିବୀରେ ପ୍ରତିବର୍ଷ ୩ଶହ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି । ସେଥିମଧ୍ୟରୁ ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକ୍‌ ୧୫୦ ନିୟୁତ ଟନ୍‌ ରହିଥାଏ । ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍‌ ମଧ୍ୟରୁ ପ୍ରାୟ ୧୦ରୁ ୧୩ ପ୍ରତିଶତ ପ୍ଲାଷ୍ଟିକ୍‌ ମାଟିରେ ବିଘଟନ ହେଉଥିବାବେଳେ ଅବଶିଷ୍ଟ ପ୍ଲାଷ୍ଟିକ୍‌ ପରିବେଶ ପ୍ରଦୂଷଣ କରିଥାଏ । କେତେକ ଏହାକୁ ଜଳାଇ ଥାନ୍ତି । ଏଥିରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ୍‌ ବାୟୁମଣ୍ଡଳରେ ବ୍ୟାପିଯାଇଥାଏ । ଏଭଳି ବାୟୁକୁ ନିଶ୍ୱାସରେ ନେବା ଯୋଗୁ ବହୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ । ସେହିଭଳି ଏହା ମୃତ୍ତିକାକୁ ମଧ୍ୟ ପ୍ରଦୂଷିତ କରିଥାଏ ।

ଅଧିକ ପଢନ୍ତୁ: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

Odisha Higher Education Plastic Free Single Use Plastic Single Use Plastic Ban
Advertisment
Advertisment