• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା । ତଦନ୍ତକୁ ଆହୁରି ଜୋରଦାର କରିଛି କମିଶନରେଟ ପୋଲିସକାଶ୍ମୀର ପୋଲିସ ସହ ଯୋଗାଯୋଗ କରିଛି କମିସନରେଟ ପୋଲିସ । ସେପଟେ ବିହାର ପୋଲିସ ଜରିଆରେ ଅଭିଯୁକ୍ତ ସମୀର ମନସୁରର ସମସ୍ତ ରେକର୍ଡ ହିଷ୍ଟ୍ରି ମାଗିଛି ପୋଲିସ । କେଉଁ ଗ୍ରୁପ୍ ସହ ସମୀର ମନସୁରର ସମ୍ପର୍କ ରହିଛି ତାକୁ ନେଇ ମଧ୍ୟ ତଦନ୍ତ ଚାଲିଛି ।

ସମୀର ମନସୁର୍ ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଦିଆଯାଇଛି ସୂଚନା । କୌଣସି ପ୍ରକାର ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଅଛି ନା ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି । ଏନେଇ ପୋଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ସୂଚନା ଦେଇଛନ୍ତି । କାଶ୍ମୀରରେ ରହୁଥିବା ବିହାରର ଯୁବକ ସମୀର ମନସୁର ଓଡ଼ିଆ ଯୁବତୀଙ୍କୁ ଅନଲାଇନ ଗେମରୁ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ବିବାହ ପାଇଁ ଯୋଜନା କରିଥିଲା ।

ହେଲେ ପ୍ରକୃତ ପରିଚୟ ଲୁଚାଇ ଠକିବାକୁ ଉଦ୍ୟମ କରିଥିବା ବେଳେ ଯୁବତୀ ଜଣଙ୍କ ଜାଣି ପାରି ତାଙ୍କଠୁ ଦୂରାଇବାକୁ ଚାହିଁଥିଲେ । ହେଲେ ଯୁବକ ଜଣଙ୍କ ଯୁବତୀଙ୍କୁ ଧମକ ଚମକ ଦେବା ସହ ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ହତ୍ୟା ଧମକ ଦେଇଥିଲେ । ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ପୀଡ଼ିତା ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଘଟଣା ଅନୁସାରେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ଅଭିଯୁକ୍ତ ହତ୍ୟା ଧମକ ଦେବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ନେଇ ପୀଡ଼ିତା ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଯୁବକଙ୍କୁ ଅଟକ ରଖି ତନାଘନା ଚଳାଇଥିବା ବେଳେ ପୀଡ଼ିତା କହିଥିଲେ ମୋତେ ନ୍ୟାୟ ମିଳୁ ।

କେମିତି ଲଭ ଜିହାଦ ଭଳି ସାଙ୍ଘାତିକ ଷଡ଼ଯନ୍ତ୍ରର ଶିକାର ହୋଇଗଲେ ଜଣେ ଓଡ଼ିଆ ଝିଅ । ତାକୁ ନେଇ ନାନା ପ୍ରଶ୍ନ ଭିତରେ ସନ୍ଦେହରୁ ପରଦା ହଟାଇଛି ମହିଳା ଥାନାରେ ହୋଇଥିବା ପୀଡ଼ିତାଙ୍କ ଏତଲା । ଜଗତସିଂହପୁର ରାହାମା ଅଞ୍ଚଳର ପୀଡ଼ିତା ଅଭିଯୋଗ କରିଛନ୍ତି- ୨୦୨୨ ମସିହାରେ ଫ୍ରି-ଫାୟାର ଅନଲାଇନ୍ ଗେମ୍ ମାଧ୍ୟମରେ ତାଙ୍କର ସମୀର ନାମକ ଯୁବକ ସହ ପରିଚୟ ହୋଇଥିଲା । ପରେ ଫୋନ୍ ରେ କଥାବାର୍ତ୍ତା ବେଳେ ସମୀର ନିଜକୁ ହିନ୍ଦୁ କହି ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲଭୋନ ଦେଖାଇଥିଲା । ଏମିତିକି ବିଶ୍ବାସ ଜନ୍ମାଇ ଗତ ମାର୍ଚ୍ଚ ମାସରେ ସେ ଓଡ଼ିଶା ଆସିଥିଲା ଓ ଉଭୟେ ପୁରୀ ବୁଲିବାକୁ ଯାଇଥିଲେ ।

ହେଲେ ସେଠି ସେ ସମୀର ଅନ୍ୟ ଧର୍ମର ହୋଇଥିବା ଓ ତା ନାଁ ସମୀର ମନସୁର ବୋଲି ଜାଣି ଏ ସଂପର୍କକୁ ବିରୋଧ କରିଥିଲେ । ସମୀର ତାଙ୍କୁ ବାଧ୍ୟ କରି ଏକ ହୋଟେଲକୁ ନେଇ ସେଠାରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା । ଏହାକୁ ବିରୋଧ କରିବାରୁ ସେ ମାଡ଼ ମାରିଥିଲା । ତାସହ ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସହ ଗାଳି ଗୁଲଜ କରି ଏକ ବ୍ୟାଗରୁ ଛୁରୀ ବାହାର କରି ହତ୍ୟା ଧମକ ବି ଦେଇଥିଲା ।

ଖାଲି ସେତିକି ନୁହେଁ ବିବାହ ନକଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲା । ହେଲେ ବିବାହ ପାଇଁ ରାଜି ନହେବାରୁ ପରେ ଉକ୍ତ ଭିଡିଓକୁ ପରେ ସମୀର ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ସହ ମୋ ବାପାଙ୍କୁ ବ୍ଲାକମେଲ୍ ଧମକ ଦେଇ ୫ଲକ୍ଷରୁ ଅଧିକ ଟଙ୍କା ହଡ଼ପ୍ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଯାହାକି ସମ୍ପୂର୍ଣ୍ଣ ଲଭ୍ ଜିହାଦ୍ ବୋଲି ଦାବି କରିଛନ୍ତି ପୀଡ଼ିତାଙ୍କ ଓକିଲ । ତେବେ କାଶ୍ମୀରରୁ ଭୁବନେଶ୍ବର ଆସୁଥିବା ବେଳେ ବାଟରେ ଟ୍ରେନରୁ କାବୁ ହୋଇଛି ଅଭିଯୁକ୍ତ ।

OTV is now on Whatsapp

Join and get latest news update delivered to you via whatsapp

Join Now