• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାଲେଶ୍ୱର ଜିଲ୍ଲା ରେମୁଣା ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ରେମୁଣା ଏନଏସି ୧୧ ନମ୍ବର ୱାର୍ଡର ବିଜେଡି କାଉନସିଲର ପାନମଣି ମୁର୍ମୁଙ୍କ ଘରକୁ କିଭଳି ଏହି ଶିଶୁ ଆସିଲା । ନିୟମ ଅନୁସାରେ ସେ ଶିଶୁକୁ ଆଣିଥିଲେ ନା ସେମିତି ଆଣି ରଖିଥିଲେ । ଏହାର ପ୍ରକୃତ ମା କିଏ ତାର ତଦନ୍ତ ଚାଲିଛି ।

ସେପଟେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି । ବର୍ତ୍ତମାନ ଶିଶୁପୁତ୍ରକୁ ବାଲେଶ୍ୱର ସ୍ଥିତ ବାଳାଶ୍ରମର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯାଇଛି । କାଉନସିଲରଙ୍କ ଘରେ ବେଆଇନ ଭାବେ ଏକ ଶିଶୁ ପୁତ୍ର ଥିବା ଖବର ପାଇ ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରେମୁଣା ଆଇ ଆଇ ସି ଓ ଶିଶୁ କଲ୍ୟାଣ ସଦସ୍ୟ ମିଳିତ ଭାବେ ଚଢ଼ାଉ କରିଥିଲେ । ଘରେ ଥିବା ପାନମଣିଙ୍କ ଝିଅ ତୁଳସୀ ଦେବୀଙ୍କୁ ଶିଶୁ ବାବଦରେ ସମସ୍ତ ତଥ୍ୟ ମାଗିଥିଲେ ।

ହେଲେ ଏନେଇ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ କି କାଗଜପତ୍ର ଦେଖାଇ ପାରି ନଥିଲେ । ଫଳରେ ଶିଶୁପୁତ୍ରକୁ ଉଦ୍ଧାର କରି ଆଣିଥିଲେ । ତେବେ ଏ ନେଇ ବିଜେଡି କାଉନସିଲର ପାନମଣିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାଯୋଗ୍ୟ, ଗତକାଲି ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର ହୋଇଥିଲା । କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ ହୋଇଥିଲା । ଏପରିକି ଶିଶୁ ପୁତ୍ରକୁ ଜଗିବା ପାଇଁ ୧୦ ବର୍ଷର ଝିଅଟିଏ ଘରେ ରଖିଥିବା ଅଭିଯୋଗ ହୋଇଥିଲା ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ୍ । ଜିଲ୍ଳାପାଳଙ୍କ ପାଖରେ ଜଣେ ପୂର୍ବତନ ସରପଞ୍ଚ ଏନେଇ ଫେରାଦ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି CWC ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲା । ହେଲେ ସେତେବେଳେ ପାନମଣୀ ଘରେ ନଥିଲେ । ସିଏ ୧୦ ବର୍ଷର ଝିଅକୁ ନେଇ ପଳାଇ ଯାଇଥିବା ଅଭିଯୋଗ ହେଉଛି ।

ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ । ଛୁଆ କାହାର ? କେଉଁଠୁ ଆଣିଲ ? ଏମିତି ନାନା ପ୍ରଶ୍ନ ପଚାରିଥିଲେ CWC ଅଧିକାରୀ ଓ ପୋଲିସ୍‌ । ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ । ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now