Advertisment

ମନ୍ତ୍ରୀ ମର୍ଡର ମିଷ୍ଟ୍ରିକୁ ପୂରିଲା ମାସେ ! ତଦନ୍ତର ୩୦ ଦିନ ପରେ ବି ‘ମୋଟିଭ୍’ ଅସ୍ପଷ୍ଟ

ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ । ଝାରସୁଗୁଡ଼ାରେ ଜୋର ଧରିଲାଣି ରାଜନୈତିକ ବୟାନବାଜି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Naba Das - Gopal Das

ବିଚ୍ ରାସ୍ତାରେ ଭିଡ଼ ଭିତରେ ନାରାବାଜିର ଶୋଭାଯାତ୍ରାରେ, ବେଧଡ଼କ ଢଙ୍ଗରେ ପଶିଲା ଗୋପାଳ ଦାସ । ଆଉ ପଏଣ୍ଟ ବ୍ଲାଙ୍କରେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଦେଲା । ତେବେ କାହିଁକି ? ବ୍ୟକ୍ତିଗତ ଆକ୍ରୋଶ ନା ସୁପାରି କିଲିଂ ଭଳି ଷଡ଼ଯନ୍ତ୍ର ? ବ୍ୟବସାୟିକ ଶତ୍ରୁତା ନା ହାଇପ୍ରୋଫାଇଲ୍ ପଲିଟିକାଲ ଲିଙ୍କ୍ ? ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ରାଜ୍ୟ ସରକାରଙ୍କ ଏକମାତ୍ର ନିର୍ଭରଯୋଗ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କେତେ ସଫଳ ହୋଇଛି ତାହା ତ ଜଣାନାହିଁ, କିନ୍ତୁ ହତ୍ୟାକାଣ୍ଡର ମାସେ ପୁରିବା ପରେ ତଦନ୍ତପଣିଆକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ପ୍ରତ୍ୟକ୍ଷଦର୍ଶୀଙ୍କଠୁ ଆରମ୍ଭ କରି ସାଧାରଣଜନତା ଓ ସମର୍ଥକ ।

Advertisment

ଜାନୁୟାରୀ ୨୯। ବ୍ରଜରାଜନର ଗାନ୍ଧି ଛକରେ ଗୁଳିକାଣ୍ଡର ଶିକାର ହୋଇଥିଲେ ମନ୍ତ୍ରୀ ନବ ଦାସ। ସେଦିନ ହିଁ ତଦନ୍ତଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ। ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳ ଦାସକୁ ଗିରଫ ବି କଲା। ଏପରିକି ୩ଟି ଦଫାରେ ୧୩ ଦିନ ଯାଏଁ ରିମାଣ୍ଡରେ ନେଇ ଘାଣ୍ଟିଲା । କେବଳ ଏତିକି ନୁହେଁ, LVA ଟେଷ୍ଟ, CFSL ଦ୍ୱାରା ସାଇକୋ ଆନାଲିସିସ୍ ଟେଷ୍ଟ, ଗୁଜରାଟ ଗାନ୍ଧିନଗର DFSରେ ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ସରିଛି ଗୋପାଳର । ଇତିମଧ୍ୟରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBIର ସହାୟତା ନେବା ପାଇଁ କ୍ରାଇମବ୍ରାଞ୍ଚ ପ୍ରୟାସ କରିଛି।

ତେବେ ମାସେ ପରେ ବି କାହିଁକି ହତ୍ୟାର ମୋଟିଭ୍ ସାମ୍ନାକୁ ଆସିପାରୁନି ? ବହୁ ଖୋଳତାଡ଼ ପରେ ବି ହତ୍ୟାର ଉଦ୍ଦେଶ୍ୟ କ’ଣ ଜାଣିନି କ୍ରାଇମବ୍ରାଞ୍ଚ ? ନା ସବୁ ଜାଣି କୌଣସି ଚାପରେ ଆସି ନିରବ ରହୁଛି ? ଗୋପାଳର ବଡ଼ଭାଇକୁ ଭଡ଼ାରେ ଦେଇଥିବା ହୋଟେଲ ଘରର ମାଲିକଙ୍କୁ ବି କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । ତାଙ୍କ କହିବା କଥା, ଗୋପାଳ ଭଲ ଲୋକ । କିନ୍ତୁ କାହିଁକି ଘଟଣା ଘଟିଲା ତାର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର । ଏପଟେ ଗୁଳିକାଣ୍ଡ ବେଳେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜୀବନ ନାୟକ ବି ସତ ସାମ୍ନାକୁ ଆସୁ ବୋଲି ଆଶା ରଖିଛନ୍ତି ।

Advertisment

ସେପଟେ ହତ୍ୟାକାଣ୍ଡର ମାସେ ପରେ ବି ମୋଟିଭ୍ ସାମ୍ନାକୁ ଆସୁନଥିବାରୁ ଏହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ରେ ବି ଜୋର ଧରିଛି ରାଜନୈତିକ ବୟାନବାଜି ।

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନର ଆସନ୍ତାକାଲି ଶୁଣାଣି କରିବେ ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ୍ । ପୂର୍ବରୁ ତଳ କୋର୍ଟ
ଏହି ଆବେଦନକୁ ଖାରଜ କରିଦେଇଥିଲେ ।

BJD BJP Odisha Police Naba Das Firing
Advertisment
Advertisment