/odishatv-khabar/media/post_attachments/uploadimage/library/16_9/16_9_0/s_1677640755.jpg)
Odisha CHSE Plus II exams from today
ଆଜିଠାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଏଥର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ, ବିଜ୍ଞାନରେ ୯୧,୩୭୯ ଜଣ, ବାଣିଜ୍ୟରେ ୨୩,୧୪୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ।
Advertisment
ସାରା ରାଜ୍ୟ ରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି। ଗତ ଫେବୃଆରୀ ୨୫ ତାରିଖରୁ ସମସ୍ତ ହବ୍କୁ ପ୍ରଶ୍ନପତ୍ର ପଠା ସରି ଥିବାବେଳେ ଆଜି ସକାଳ ୭ଟାରେ ହବ୍ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠା ଯାଇଛି। ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ୯ଟାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି।
ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ଜିନିଷ ପରୀକ୍ଷା ହଲ୍କୁ ପରୀକ୍ଷାର୍ଥୀ ନେଇପାରିବେ ନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)