• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ ଉଠାଯାଇଛି । ପିଏମ୍ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଛି । ରାଜଭବନ ଆଗରେ ଧାରଣା ଦେବା ସହ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି । ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ରାଜଭବନ ଆଗରେ ଧାରଣା ଦେଇଛନ୍ତି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାର୍ଟି । ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶା କୁ ୨୮ଲକ୍ଷ ଘର ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ବିଧାନସଭା ବେଳେ ନବୀନ କାହିଁକି ଗଲେ ବମ୍ବେ: ଜୟନାରାୟଣ

ଓଡ଼ିଶା ସରକାରଙ୍କ ଅପରାଗତା ଯୋଗୁଁ ଏଯାଏଁ ରାଜ୍ୟର ବହୁ ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ ବୋଲି ବିଜେପି କହିଛି । ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଛି । ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଥିବା ବେଳେ ପୋଲିସ ଓ ବିଜେପି କର୍ମୀମାନେ ହାତାହାତି ହୋଇଛନ୍ତି ।

ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି । ନବ ଦାସ ହତ୍ୟା ମାମଲା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାଲି କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now