ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି ।
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଗର୍ଜିଲା ବିଜେଡି.. କୋକେଇରେ ଗ୍ୟାସ୍ ସିଲିଣ୍ଡର ବୋହି ବୋହି ନେଲେ, ମୁଖାଗ୍ନି ଦେଇ ଜାଳିଦେଲେ.. ପରେ ରାସ୍ତା ମଝିରେ ମୁଣ୍ଡରେ ପାଣି ଢାଳି ଶୁଦ୍ଧି ହେଲେ ବିଜେଡିର ମହିଳା କର୍ମୀମାନେ..