Advertisment

ପ୍ରତ୍ୟୁଷାଙ୍କ ପ୍ଲାନ୍‌ରେ ଫୁସକି ଯିବେ କି ଅରୁଣ ?

କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
BJP Protest In Nayagarh

Nayagarh

ନୟାଗଡ଼ ରାଜନୀତିରେ ଶୁଭିଲାଣି ସ୍ଲୋଗାନ୍- ଅରୁଣ ହଟାଅ, ନୟାଗଡ଼ ବଞ୍ଚାଅ । ଏ ନାରା ଉଠିଛି, ବିରୋଧୀ ବିଜେପି ଶିବିରରୁ। ବିଶାଳ ଶୋଭାଯାତ୍ରା, ତା ସହିତ ଆଡ଼ମ୍ବର ସଭା ହୋଇଛି ନୟାଗଡରେ । ଖଚାଖଚ୍ ଭର୍ତ୍ତି କର୍ମୀ ବି ଅଛନ୍ତି । ନୂଆ ନୂଆ କର୍ମୀ ମଧ୍ୟ ଯୋଗ ଦେଉଛନ୍ତି ଦଳରେ। ପ୍ଲାକାର୍ଡ ବ୍ୟାନର ପୋଷ୍ଟର ଧରି ବିଜେଡି ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ପାୱାରଫୁଲ୍ ନେତା ଅରୁଣ ସାହୁଙ୍କ ବିରୋଧରେ ଜୋରଦାର ନାରାବାଜି କରିଛନ୍ତି କର୍ମୀ। ଏମିତିକି ଅରୁଣଙ୍କ ଶିବିରର ଅନେକ ଅସନ୍ତୁଷ୍ଟ ବିଜେଡି କର୍ମୀ ମଧ୍ୟ ଏଇ ମୌକାରେ ଡେଇଁଛନ୍ତି ବିଜେପିକୁ। ଆଉ ଏହାର ପୂରା ନେତୃତ୍ୱ ନେଇଥିଲେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ।

Advertisment

ଅଧିକ ପଢ଼ନ୍ତୁ: ଲୋୟର PMGରେ ପୋଲିସ-ବିଜେପି ଖଣ୍ଡଯୁଦ୍ଧ ! ବର୍ଷିଲା ଲାଠି-ଢେଲା ପଥର

କନ୍ଧମାଳ ର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି।

୪ ଥରର ବିଧାୟକ ଅରୁଣ ସାହୁ ନୟାଗଡ଼ ରାଜନୀତି ରେ ଏକ ଗଡ଼ ସୃଷ୍ଟି କରିପାରିଛନ୍ତି। ବିଭିନ୍ନ ସମୟରେ ତାଙ୍କ ବିରୋଧରେ ପରୀ ମାମଲାଠାରୁ ଆରମ୍ଭ କରି ଅନ୍ୟ ବହୁ ବିବାଦ ଉଠିଛି। ପରୀ ମାମଲା ପରେ ତାଙ୍କୁ ମନ୍ତ୍ରିପଦ ବି ହରାଇବାକୁ ପଡ଼ିଛି। ଏମିତିକି ତାଙ୍କୁ ଏବେ ବିଜେଡିରେ କୋଣଠେସା କରାଯାଇଥିବା ଚର୍ଚ୍ଚା ମଧ୍ୟ ହେଉଛି। ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବାରୁ ତାଙ୍କର ଗୁଡ଼ାଏ ବିରୋଧୀ ଓ ଅସନ୍ତୁଷ୍ଟ ସୃଷ୍ଟି ହୋଇଛନ୍ତି। 

Advertisment

୨୦୧୯ ନିର୍ବାଚନରେ ନୟାଗଡ଼ରୁ ପାଖାପାଖି ୮୨ ହଜାର ଭୋଟ ପାଇ ଜିତିଥିଲେ ବିଜେଡିର ଅରୁଣ ସାହୁ। ତାଙ୍କ ତଳକୁ ରହିଥିଲେ ବିଜେପି ନେତ୍ରୀ ଇରାନୀ ରାୟ। ତାଙ୍କୁ ମିଳିଥିଲା ପାଖାପାଖି ୬୭ ହଜାର ଭୋଟ। କଂଗ୍ରେସ ପ୍ରାର୍ଥୀ ମନୋଜ ସାହୁ ପାଇଥିଲେ ୪ ହଜାର ୨ ଶହ ଭୋଟ।

(ନୟାଗଡରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ)

BJP Protests Bjp Workers BJP Protest Odisha Politics
Advertisment
Advertisment