Advertisment

ଖୁବ୍‌ଶୀଘ୍ର ଓଡ଼ିଶାରେ ପୂରଣ ହେବ ୨୦,୦୦୦ କନିଷ୍ଠ ଶିକ୍ଷକ ପଦବୀ

ଖୁବ୍‌ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ ପାଇଁ ମେଗା ନିଯୁକ୍ତି ମେଳା ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Teacher Recruitment 2023:

Odisha Govt To Fill Up 20,000 Junior Teachers Posts Soon

ଖୁବ୍‌ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ ପାଇଁ ମେଗା ନିଯୁକ୍ତି ମେଳା ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ(Junior Teachers)ଙ୍କୁ ନିୟୋଜିତ କରାଯିବ। ଏହା ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମ୍‌ପ୍ରାପ୍ତ ଯୁବକ/ଯୁବତୀ ନିୟୋଜିତ ହେବେ।

ଅଧିକ ପଢ଼ନ୍ତୁ: ଏଥର ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା; ଜାଣନ୍ତୁ ଓଡ଼ିଶାର କେଉଁ ସ୍ଥାନରେ ରହିବ ପରୀକ୍ଷା କେନ୍ଦ୍ର

Advertisment

୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କର ପଦୋନ୍ନତି ପାଇଁ ‘ରେସିଡେନ୍ସି ପିରିୟଡ୍‌’ କୋହଳ କରିବାରୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସେହିପରି ୭,୫୪୦ ଜଣ ସରକାରୀ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬୦୨୫ଟି ଏଲଟିଆର୍(ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦବୀ) ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। 

  • ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଏବଂ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ୍‌ ୧୭୯୯ କନିଷ୍ଠ ସହାୟକ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ
  • ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ 
  • ଓପିଏସ୍‌ସି ମାଧ୍ୟମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୩୩୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫୦ ଜଣ ପିଜିଟି ଇତି ମଧ୍ୟରେ ନିଯୁକ୍ତ ହୋଇରିଥିବା ବେଳେ ୨୦୨୩-୨୪ ସୁଦ୍ଧା ଆହୁରି ୩୬୭ ଜଣ ପିଜିଟିଙ୍କୁ ନିଯୁକ୍ତ କରାଯିବ।
  • ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୧୫୪୩ ଜଣ ପିଜିଟି ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି
  • ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫୫୫ ପିଜିଟି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି
  • ଡି.ଆଇ.ଇ.ଟି ଓ ବି.ଆଇ.ଇ.ଟିରେ ୧୨୦ଟି ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ କରିବାକୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।
Odisha Government Govt Jobs
Advertisment
Advertisment