Advertisment

ବର ଓ ବେଦି ପ୍ରସ୍ତୁତ ଥିଲା...ପ୍ରେମିକ ସହ ପଳାଇଲା ମଙ୍ଗୁଳା କନିଆଁ

ବାହାଘରର କିଛି ଘଂଟା ପୂର୍ବରୁ ପୁଣି ଥରେ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରରେ। ଏବେ ପୁଣିଥରେ ବାହାଘର ପୂର୍ବରୁ ଫେରାର ମାରିଛି ମଙ୍ଗୁଳା କନିଆଁ । ବଲାଙ୍ଗିର ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁର ଝିଅ ବାହାଘର ହେବାରେ ଥିଲା। ରିତିକାନ୍ତି ଅନୁସାରେ ହଳଦୀ କାର୍ଯ୍ୟକ୍ରମ ବି ସରିଯାଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
Girl Elopes With Boyfriend Before Marriage

Girl elopes with ‘boyfriend’

କାର୍ଡ ଛପା ସରିଥିଲା, ବାହାଘରର ଆୟୋଜନ ବି ସରିଥିଲା । ଭୋଜିଭାତ ପାଇଁ ରୋଷେଇ ଜିନିଷ ବି ଆସିସାରିଥିଲା । ଝିଅ ବାହାଘର ହେଉଥିବାରୁ ଘରେ ବନ୍ଧୁବାନ୍ଧବଙ୍କର ପ୍ରବଳ ଗହଳି ଲାଗିଥିଲା। କିନ୍ତୁ ସବୁ ଭଣ୍ଡୁର ହୋଇଗଲା। ବାହାଘର ପୂର୍ବରୁ ଘରୁ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ। ଏବେ ବର କରିବ କଣ ତାକୁ ନେଇ ସମସ୍ତେ ଚିନ୍ତାରେ...

Advertisment

ବାହାଘରର କିଛି ଘଂଟା ପୂର୍ବରୁ ପୁଣି ଥରେ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ରେ। ଏବେ ପୁଣିଥରେ ବାହାଘର ପୂର୍ବରୁ ଫେରାର ମାରିଛି ମଙ୍ଗୁଳା କନିଆଁ । ବଲାଙ୍ଗିର ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁର ଝିଅ ବାହାଘର ହେବାରେ ଥିଲା। ରିତିକାନ୍ତି ଅନୁସାରେ ହଳଦୀ କାର୍ଯ୍ୟକ୍ରମ ବି ସରିଯାଇଥିଲା ।

ଅଧିକ ପଢ଼ନ୍ତୁ: ବାହା ବେଦିରେ ପହଞ୍ଚିଲା ପୋଲିସ୍‌...ଶିଶୁପାଳ ହେଲେ ୨ ବର

ରାତିରେ ଧୁମଧାମରେ ବାଜାବାଣ ସହିତ ବରଯାତ୍ରୀରେ ଅସିଥାନ୍ତେ ପାଟୁଆପାଲି ଗାଁର ବର ଧୀରଜ ଡାଙ୍ଗ । ବରଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ କନ୍ୟାଦାନ କରିବା ପାଇଁ ବି ସବୁପ୍ରକାର ପ୍ରସ୍ତୁତି ସାରି ଯାଇଥିଲା। ହେଲେ ପୁଅଘର ଓ ଝିଅ ଘରର ସବୁ ସ୍ୱପ୍ନକୁ ଛାରଖାର କରିଦେଲା କନିଆଁ। କୁହାଯାଉଛି ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ବିବାହ ହେଉଥିବା ଯୁବତୀଙ୍କର। ତେଣୁ ତାଙ୍କ ସହ ଝିଅ ଫେରାର ହୋଇଥିବ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକ।

Advertisment

ବାହାଘର ଦିନ ଝିଅ ଫେରାର ମାରିବା ପରେ ଥାନାରେ ଏନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ବି କରାଯାଇଛି। ଏମିତିକି ଝିଅ କାହା ସାଙ୍ଗରେ ଯାଇଛି ଏବଂ କେଉଁଠି ଅଛି ସେନେଇ ତଦନ୍ତ ବି ଚାଲିଛି। ହେଲେ ବାହାଘର ପୂର୍ବରୁ ଝିଅ ଚମ୍ପଟ ମାରିଥିବାରୁ ଏବେ ସବୁଠି ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

(ବଲାଙ୍ଗିରରୁ ମନରଂଜନ ଯୋଶୀଙ୍କ ରିପୋର୍ଟ)

Marriage
Advertisment
Advertisment