/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677571541.jpg)
annual examination
ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ଭାଗନେବେ ଆନ୍ଦୋଳନରତ ଅଧ୍ୟାପକ । ସରକାରଙ୍କ ସହ ଆଜି ୬୬୨ ବର୍ଗ ଅଧ୍ୟାପକ ସଂଘର ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ଆଲୋଚନା ପରେ ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ଅଧ୍ୟାପକ ମାନେ ନିଷ୍ପତ୍ତି ନେଇଛନ୍ତି ।
ତେବେ ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା । ଏହି ସମୟରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବେ ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଓ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା ।
ସମାନ ଗ୍ରେଡକୁ ସମାନ ଦରମା, ସପ୍ତମ ବେତନ କମିଶନ ଲାଗୁ, ପେନସନ ଲାଗୁ ଭଳି ୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷକ ସଂଘ । ଯୁକ୍ତ ୨ ପରୀକ୍ଷାରେ ପାଖାପାଖି ୭୦ ପ୍ରତିଶତ ସେଣ୍ଟର ୬୬୨ ବର୍ଗ କଲେଜରେ ହିଁ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)