Advertisment

ହାତୀ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିବ କି ଓଡ଼ିଶା ? କିଏ ମାରୁଛି, କେମିତି ମରୁଛନ୍ତି ?

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Elephant Poaching

ହାତୀଙ୍କ ଅଭୟାରଣ୍ୟ କୁଲଡିହାରେ ହାତୀ ମଡ଼କ। ବର୍ଷକ ଭିତରେ ଆଖି ବୁଜିଲେଣି ଛଅଟି ହାତୀ । କାରଣ ଯାହା ହୋଇଥାଉନା କାହିଁକି, ପ୍ରାୟ ୧୦୦ଟି ହାତୀଙ୍କ ଆବାସସ୍ଥଳୀ କୁହଯାଉଥିବା ବାଲେଶ୍ୱର କୁଲଡିହା ଅଭୟାରଣ୍ୟ ଯେ ହାତୀଙ୍କ ପାଇଁ ଆଦୌ ନିରାପଦ ନିର୍ଭୟସ୍ଥଳୀ ନୁହେଁ, ସେ ଧାରଣା ବଢ଼ୁଛି । କୁଲଡିହାର ଖୁମକୁଟ୍ ନିକଟରେ ଆଜି ଦିନରେ ବି ଗୋଟିଏ ଦନ୍ତା ଅସୁସ୍ଥ ହୋଇ ଜୀବନ ସହ ସଂଘର୍ଷ କରୁଛି । ସେହିଭଳି ଗଲା କିଛି ଦିନ ଧରି ଚିକିତ୍ସାଧୀନ ଥିବା ଅନ୍ୟ ଏକ ମାଈ ହାତୀ ବି ଗତକାଲି ଆଖି ବୁଜିଛି ।

Advertisment

ପ୍ରଶ୍ନ ଉଠୁଛି ହାତୀଙ୍କ ସୁରକ୍ଷାଗଡ଼ରେ ଏଭଳି ଲଗାତାର ଭାବେ ହାତୀଙ୍କ ପାଇଁ ବିପତ୍ତି କାହିଁକି ? ଏହା ପଛରେ ଶିକାରକୁ ଅନେକ ପଶୁପ୍ରେମୀ ଦାୟୀ କରୁଥିଲେ ବି ବିଭାଗୀୟ ଅଧିକାରୀ କିନ୍ତୁ ବିଭିନ୍ନ ରୋଗ, ସଂକ୍ରମଣ, ବୟସାଧିକ ସମସ୍ୟା ଓ ଅନ୍ୟ ପ୍ରାକୃତିକ କାରଣକୁ ଦାୟୀ କରିଛନ୍ତି ।

ଅଧିକ ପଢ଼ନ୍ତୁ: କେରଳରେ ଅବିକଳ ଦନ୍ତା ଭଳି ରୋବଟ ହାତୀ, ହଲାଉଛି କାନ-ଲାଞ୍ଜ-ଶୁଣ୍ଢ

ଇଏ ତ ଗଲା ରାଜ୍ୟର କେବଳ ଗୋଟିଏ ଅଞ୍ଚଳରେ ହାତୀ ମୃତ୍ୟୁର ତଥ୍ୟ । ଆଜି ବିଧାନସଭାରେ ଖୋଦ୍ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ରଖିଥିବା ଉତ୍ତର ଶୁଣିଲେ ଉଡ଼ିଯିବ ହୋସ୍‌ । ଓଡ଼ିଶା ରେ ଗତ ୩ ବର୍ଷରେ ଯାଇଛି ୨୪୫ ହାତୀଙ୍କ ଜୀବନ । ଅର୍ଥାତ ଏଇ ତିନି ବର୍ଷ ଭିତରେ ରାଜ୍ୟରେ ପ୍ରତି ବର୍ଷ ହାରାହାରି ୮୨ ହାତୀଙ୍କ ଜୀବନ ଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ସଂଖ୍ୟାରେ ହାତୀଙ୍କ ମଧ୍ୟରୁ କେବଳ ୬ଟି ହାତୀ ଶିକାର ପାଇଁ ପ୍ରାଣ ହରାଇଥିବା ମନ୍ତ୍ରୀ ତଥ୍ୟ ରଖିଥିବାରୁ ଏହା ପ୍ରାଣୀ ପ୍ରେମୀ ଓ ପରିବେଶବିତଙ୍କୁ ଚକିତ କରିଛି ।

Advertisment

ଗତବର୍ଷ କଟକ ଜିଲ୍ଲା ନରସିଂହପୁର ବଡ଼ମ୍ବା ରେଞ୍ଜରେ ଦୁଇ ଦୁଇଟି ଦନ୍ତା ହାତୀଙ୍କୁ ଶିକାର ପାଇଁ ଗୁଳି କରିବା ଓ ପରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ସେହିଭଳି ଗତ କିଛି ଦିନ ତଳେ ସେହି ନରସିଂହପୁରରେ ଶିକାର ଉଦ୍ଦେଶ୍ୟରେ କିଛି ହାତୀଙ୍କୁ ହତ୍ୟା ପରେ ସେମାନଙ୍କୁ ମାଟି ତଳେ ପୋତି ଦିଆଯାଇଥିବା ଘଟଣା ବି ସାମ୍ନାକୁ ଆସିଥିଲା। ସେପଟେ ମୟୂରଭଞ୍ଜ କରଞ୍ଜିଆରେ ଏକ ଦନ୍ତା ହାତୀକୁ ଶିକାର ପାଇଁ ହତ୍ୟା କରି ପୋଡିବା ଘଟଣାରେ ୩ ବନ କର୍ମଚାରୀ ଗିରଫ ହେବା ଘଟଣା ସାମ୍ନାକୁ ଆସିଥିଲା।

Elephant Elephant Death
Advertisment
Advertisment