• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Matric Exam
ପୁଣି ମାଟ୍ରିକ୍‌ ବିଭ୍ରାଟ; ଦ୍ୱନ୍ଦ୍ୱରେ ପକାଇଲା ପ୍ରଶ୍ନପତ୍ର ତ୍ରୁଟି

ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Drying Mahanadi
ମରୁ ପାଲଟିଗଲାଣି ମହାନଦୀ : ଜୀବନ ଜୀବିକା ଗୁରୁତର,ପିଇବା ପାଣି ପାଇଁ ହାହାକାର ସ୍ଥିତି

ଛତିଶଗଡରୁ ଫ୍ଲୋ ନାହିଁ . . .ହୀରାକୁଦରେ ପାଣି ନାହିଁ

electricity power cut
ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର ! ମାଟ୍ରିକ ପରୀକ୍ଷା ବେଳେ ବିଜୁଳି ଯନ୍ତ୍ରଣା

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।

murder
୬ ଦିନର ଝିଅକୁ ମାରି ମା’ ଗିରଫ

କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା

  • Saturday, 18 March 2023
  • Murder
Sameer Dash
ଲିକ୍ ହୋଇନି ପ୍ରଶ୍ନପତ୍ର, ହୋଇଛି ମୁଦ୍ରଣ ତ୍ରୁଟି: ସମୀର

ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନାହିଁ । କୌଣସି ଅସୁବିଧା ହେବନି ।

Errors in BSE matric exam paper
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି : ଅଭିଯୋଗକୁ ସ୍ୱୀକାର କଲା ବୋର୍ଡ

ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

camel
ଓଟ ଆଖିରେ ଲୁହ : ସ୍ୱାର୍ଥପର ମଣିଷକୁ ପଚାରୁଛି ଏମିତି ପ୍ରଶ୍ନ...

ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି  ଓଟ ।  ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।

BSKY ISSUE
କଲେକ୍ଟର ମାଡାମ ! ତୁମ ବିଜୁ କାର୍ଡ ତୁମେ ନେଇଯାଅ...କୋଉ ମେଡିକାଲରେ ତ କାମ କଲାନି, ରଖିବୁ କାହିଁକି ?

ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍‌ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।

5t School
ଇଏ 5-T ସ୍କୁଲ ! ବାହାର ପୂରା ଚକାଚକ୍‌, ଭିତର ଫମ୍ପା

ଏମିତି ସମସ୍ୟା  ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍‌ ରୁମ୍‌ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍‌ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Dibyang
ଦୁଇ ଦିବ୍ୟାଙ୍ଗଙ୍କ ଦୁଃଖଭରା କାହାଣୀ : ଜଣେ ରାମ ହେଲେ ଆଉ ଜଣେ ଲକ୍ଷ୍ମଣ

ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍‌ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।

Errors in Odisha Matric exam question papers
ମାଟ୍ରିକ ପ୍ରଶ୍ନପତ୍ରରେ ଗୋଳମାଳ: ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ

ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

fake jewellery
ଠକ 420 : ବ୍ୟାଙ୍କ ବାଲାଙ୍କୁ ଭୂଆଁ ବୁଲାଇ ୮୫ ଲକ୍ଷ ନେଇଗଲା

ନୀଳମାଧବ ନିଜେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ନିଜେ ସୁନା ରଖି ଋଣ ଆଣିପାରିନଥିଲେ l ବରଂ ନିଜର ଚିହ୍ନା ପରିଚିତ ଲୋକଙ୍କୁ ହାତ କରି ନିଜ ସୁନା ଦେଇ ବ୍ୟାଙ୍କରୁ ଋଣ ହାତେଇଥିବା ସମ୍ପୃକ୍ତ ବଣିଆଙ୍କ ନାମରେ ଅଭିଯୋଗ ହୋଇଛି l ହେଲେ ପରେ ଜଣାପଡିଥିଲା ଯେ, ବନ୍ଧକ ଥିବା ସୁନା ନକଲି l ବ୍ୟାଙ୍କରେ ଅଡିଟ ସମୟରେ ବନ୍ଧକ ଥିବା ସୁନା ଅଳଙ୍କାର ନକଲି ବୋଲି ଜଣାପଡିଥିଲା l ତେବେ ଏନେଇ ଗ୍ରାହକଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖବର ଦେବା ପରେ ଏବେ ଚିନ୍ତା ବଢିଛି ।

  • Saturday, 18 March 2023
BJD Leader
ବିଜେଡି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ, ନାମାଙ୍କନ ବେଳେ ଦେଇଛନ୍ତି ଜାଲ ଜାତି ପ୍ରମାଣପତ୍ର !

ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।

Traffic congestion
ଖୋର୍ଦ୍ଧାରେ ଅସଂଭାଳ ଟ୍ରାଫିକ୍...ଯିଏ ଯୁଆଡ଼େ ପାଇଲା, ସିଏ ସିଆଡ଼େ ପଶିଲା

ଖୋର୍ଦ୍ଧା ପୌରପରିଷଦ । ପ୍ରାୟ ୬୦ ହଜାରରୁ ଅଧିକ ଲୋକ ପୌରପାଳିକାରେ ରହୁଛନ୍ତି । ସହର ଭିତରେ ହିଁ ୬ ଜିଲ୍ଲାକୁ ରହିଛି ସଂଯୋଗର ମୁଖ୍ୟ ରାସ୍ତା । ତାହା ସହିତ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଏହିଠାରେ ରହିଥିବାରୁ ସହର ଭିତରେ ଅସମ୍ଭବ ଭିଡ଼ । ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି ସହର ଭିତରେ ଥିବା କ୍ୟାବିନ ଏବଂ ଉଠାବ୍ୟବସାୟୀ । ହେଲେ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଖୋର୍ଦ୍ଧାର ହାବେଳି ପଡ଼ିଆ ଏବଂ ଟି.ଏଲ୍‌.ସି ପାଖ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବାରୁ ବ୍ୟବସାୟୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

Rainfall Alert For 9 Districts Of Odisha
ଆଜି ଅଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼ ! ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜି ଅଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼ା ଗତ ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ଅଧିକ ବଢ଼ିବ। 

Bombing on jewellery shop in Bhubaneswar
ଗାଡ଼ିରେ ଆସିଲେ, ସୁନା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ମାରିଲେ...

ଭୁବନେଶ୍ୱର ୟୁନିଟ୍‌-୪ ମାର୍କେଟ୍‌ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି।

SCB Medical
୫ ଘଣ୍ଟାର ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଟ୍ୟୁମର

ଦୀର୍ଘ ୧୩ ବର୍ଷ ଧରି ଯନ୍ତ୍ରଣା ପାଉଥିଲେ ମହିଳା, SCB ଡାକ୍ତର ଦେଲେ ନୂଆ ଜୀବନ ।

Homeguard Salary Hike
ହୋମଗାର୍ଡଙ୍କ ପାଇଁ ‘ସୁପ୍ରିମ’ ନିର୍ଦ୍ଦେଶ, ବଢ଼ିଲା ଦରମା !

ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ । ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।

Five injured in attack after quarrel breaks in Puri
ଶ୍ରୀକ୍ଷେତ୍ରରେ ବୋହିଲା ରକ୍ତ ନଦୀ

ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ହଣାହଣି ହୋଇ ୫ ଜଣ ଆହତ ହୋଇଛନ୍ତି। ଖଡ଼ିପଦା ମେଲଣରେ ଜୁଆ ଖେଳରେ ଗଣ୍ଡଗୋଳକୁ ନେଇ ହଣାହଣି।

  • Saturday, 18 March 2023
  • Attack
breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 18 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 18 March 2023
Jaynarayan Mishra
ବିଧାନସଭାରେ ତମ୍ବିତୋଫାନ; ସିଏମଓ ରିଟାୟାର୍ଡ ଅଫିସର୍ସ କ୍ଲବ୍ ?

ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।

Driver Protest
୩ ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ, ସରକାରଙ୍କୁ ଦେଲେ ୯୦ ଦିନର ମହଲତ

୩ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖି ଡ୍ରାଇଭର ମହାସଂଘର ଚେତାବନୀ । ‘ଦାବି ପୂରଣ ନହେଲେ ୯୧ ଦିନରେ ନବୀନ ନିବାସ ସାମ୍ନାରେ ଆତ୍ମାହୁତି’ ।

Driver Protest
ଆସିଲା ପଚା ପରିବା, ଖାଉଟି ଉପରେ ପଡ଼ିଲା ଚଡ଼କ ! ଚଢ଼ା ଦରରେ ବିକିଲେ ବ୍ୟବସାୟୀ

ତୃତୀୟ ଦିନରେ ବି ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତ୍ରୀ ପରିବହନ ସବୁଠି ପ୍ରଭାବ ।

BJD
ବିଜେଡିର ସୋସିଆଲ୍ ମିଡିଆ କ୍ୟାଂପେନରେ ନାହାନ୍ତି ନବୀନ !

୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।