• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପ୍ରତିଶ୍ରୁତି ହେଲା ପାଣିର ଗାର । ନିର୍ବାଚନ ସମୟରେ ନେତାଏ ଆସିଥିଲେ , ପିଇବା ପାଣି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।ନିର୍ବାଚନ ସରିଲା, ନେତାଏ ବି ପ୍ରତିଶ୍ରୁତି ଭୁଲିଗଲେ । ସ୍ଥିତି ଯଥା ପୂର୍ବ ତଥା ପରଂ ଅବସ୍ଥାରେ ରହିଛି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ଗାଁ ଭିତରେ ନଳକୂପ ଅଛି । ହେଲେ ହାବିସ୍‌ କରିକରି ଲୋକେ ହାଲିଆ ହେଲେଣି କିନ୍ତୁ ପାଣି ବାହାରିବାର ନାଗନ୍ଧ ନାହିଁ । କୂଅ ବି ଅଛି । କିନ୍ତୁ ପାଣି ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ବାଧ୍ୟ ହୋଇ ନଇ ଚୁଆ ଉପରେ ଭରସା କରୁଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: ଯୋଜନାକୁ ଲାଜ ନାହିଁ ! ବ୍ଲକ୍‌ ଅଫିସ୍‌ ଗାଁରେ ମିଳୁନି ପାଣି

ମୟୂରଭଞ୍ଜ ଉଦଳା ବ୍ଲକ ବଡଖମଣ ପଞ୍ଚାୟତର ବନ୍ଧସାହି ଗାଁରେ ପାଣି ଲାଗି ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ  । ୧୦ ନମ୍ୱର ଏହି ୱାର୍ଡରେ ୩୦ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ପାନୀୟ ଜଳ ମୁଖ୍ୟ ସମସ୍ୟା ରହିଛି । ଏହି ଗାଁରେ ଗୋଟିଏ ଦୁଇଟି ନଳକୂପ ଥିବା ବେଳେ ତାହା ଅଚଳ ହୋଇ ପଡିଛି । ଆଉ ଯେଉଁ ନଳକୂପ କାମ କରୁଛି ତାହା ବ୍ୟବାହାର ଉପଯୋଗୀ ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ନଇ ଚୁଆ ଉପରେ ଭରସା କରୁଛନ୍ତି ଲୋକେ ।

ପିଇବା ପାଣି ଟୋପାଏ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ ଏଯାଏଁ ସମସ୍ୟାର ସମାଧାନ ହେଲାନି । ବୈଶାଖ ତାତି ଯେତିକି ଯେତିକି ବଢୁଛି, ଏଇ ଅଂଚଳରେ ପାଣି ସମସ୍ୟା ବି ସେତିକି ସେତିକି ବଢୁଛି । ଆଉ ଏହାରି ଭିତରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ନିର୍ବାଚନ ଆସିଲେ ପାନୀୟ ଜଳ ପାଇଁ ମିଳେ ଅନେକ ପ୍ରତିଶ୍ରୁତି । ହେଲେ ପ୍ରତିଶ୍ରୁତି ତ ଦୂରର କଥା ଆଉ ନିର୍ବାଚନ ପରେ ନେତାଙ୍କ ପାଦ ପଡେ ନାହିଁ ଗାଁକୁ । ତେବେ ପାଣି ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଉଦଳା ବ୍ଲକ ଉପାଧ୍ୟକ୍ଷ କହିଛନ୍ତି ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ।

  • Reported by:
  • Manas Pani