• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପ୍ରଥମେ ରଙ୍ଗ ନମ୍ବରରୁ ପ୍ରେମ । ପରେ କୋର୍ଟରେ ରେଜିଷ୍ଟର ବାହାଘର । ଏବେ ଘରକୁ ଯାଇ ଆସୁଛି କହି ଫେରାର ମାରିଲା  ସ୍ବାମୀ। ସ୍ବାମୀ ଯିବା ପରେ ଶାଶୂଘର ଦାଣ୍ଡରେ ଆସି ଧାରଣାରେ ବସିଛନ୍ତି ସ୍ତ୍ରୀ । ସେ ବି ସୁଦୂର ଆସାମରୁ ଆସି । ସେପଟେ ଘର ଲୋକେ ତାଲା ପକାଇ ଛୁ ହୋଇଗଲା । ଏମିତି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଦିଗପହଣ୍ଡି ଥାନା ଘୋଡାପଲାଣ ଗାଁରେ ।

ମହିଳା ଜଣଙ୍କ ହେଉଛନ୍ତି ‌ଇଗିନେସ ବାଘୱାର । ଘର ଆସାମରେ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ୨୦୨୧ ମସିହାରେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିଥିଲେ ଇଗିନେସ୍‌ l ହେଲେ ଗତ ତିନି ମାସ ହେବ ତାଙ୍କୁ ଛାଡି ସଦାନନ୍ଦ କେଉଁ ଆଡେ ଚାଲିଯାଇଛନ୍ତି l ସ୍ୱାମୀଙ୍କୁ ଖୋଜି ଖୋଜି ଈଗନେଶ ଆସି ଏବେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି l ଆଉ ଏମିତି ପରିସ୍ଥିତିରେ ଇଗନେଶଙ୍କୁ ସହାୟର ହାତ ବଢ଼ାଇଛନ୍ତି ମାନବ ଅଧିକାର କର୍ମୀ l ମାନବାଧିକାର କର୍ମୀମାନେ ମଧ୍ୟ ଈଗନେଶଙ୍କ ସହ ଧାରଣରେ ବସିଛନ୍ତି । ଅନ୍ୟପଟେ ସଦାନନ୍ଦଙ୍କ ପରିବାର ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଛନ୍ତି। ତେଣୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଗଞ୍ଜାମରେ ଲଭ, ସେକ୍ସ ଧୋକା ଭଳି ମାମଲା ବାରମ୍ବାର ଆସୁଛି । ପ୍ରାୟ ପ୍ରତ୍ୟେକ ଦିନ ଏଠାରେ ସ୍ୱାମୀ ଘର ଆଗରେ ସ୍ତ୍ରୀ ଧରଣା ହେବା ଭଳି ଘଟଣା ସାମ୍ନାକୁ ଆସୁଛି। ଅମାବାସ୍ୟା ପୂର୍ବରୁ ପୁଣି ଜଣେ ସାବିତ୍ରୀ ସତ୍ୟବାନଙ୍କୁ ଖୋଜି ଖୋଜି ଶ୍ୱଶୂର ଘର ଦୁଆରେ ପହଞ୍ଚିଛନ୍ତି । ତେବେ ଦେଖିବାକୁ ବାକୁ ରହିଲା ଈଗନେଶଙ୍କୁ କେବେ ନ୍ୟାୟ ମିଳୁଛି।

 

  • Reported by:
  • JAGANATH SAHU