• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୱାର୍ଲଡ ଭେଟେରିନାରୀ ଡେ’ ଅବସରରେ ଭୁବନେଶ୍ୱରର ଓୟୁଏଟି ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସୁସ୍ଥ ପ୍ରାଣୀ ଜଗତ ପାଇଁ ହୋଇଛି ସଚେତନତା ଅଭିଯାନ। ନିଜ ନିଜ ଗୃହପାଳିତ ପଶୁଙ୍କ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଘୋଡ଼ାଙ୍କୁ ନେଇ ଶୋଭାଯାତ୍ରା କରାଯାଇଛି । ତେବେ ଆକର୍ଷଣ ସାଜିଥିଲା ପୋଷା କୁକୁରଙ୍କ ସୋ’।

ଘୋଡା ଦୌଡ ସାଙ୍ଗକୁ ଘୋଡାଙ୍କ ଚିତ୍ତାକର୍ଷକ ସୋ’ରେ ଝଲସିଲା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ କାର୍ଯ୍ୟକ୍ରମ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ହୋଇଥିଲା ଆକର୍ଷଣୀୟ ହର୍ସ ରାଇଡିଂ ସୋ । ଶୋଭାଯାତ୍ରାରେ ଘୋଡା ଗୁଡିକୁ ସଜେଇ ଅଣାଯିବା ପରେ ଆରମ୍ଭ ହୋଇଥିଲା ସଚେତନତା ଶୋଭାଯାତ୍ରା । ଛାତ୍ରଛାତ୍ରୀଙ୍କ ସହ ଶୋଭାଯାତ୍ରାରେ ଘୋଡା ପହଁଚିଥିଲେ ଓୟୁଏଟି ପରିସରରେ । ଘୋଡାଙ୍କୁ ନେଇ କରାମତି ଦେଖାଇଥିଲେ ଘୋଡ଼ା ଚାଳକ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆକର୍ଷଣ ସାଜିଥିଲା ଡଗ୍ ସୋ । ନିଜ ନିଜର ପୋଷା କୁକୁରଙ୍କୁ ନେଇ ପହଁଚିଥିଲେ ମାଲିକ । ଡଗ୍ ସୋ ରେ ଦେଖାଦେଇଥିଲେ ବିଭିନ୍ନ ବ୍ରିଡ଼ର କୁକୁର । ଏମାନଙ୍କ ମଧ୍ୟରେ ମିନପିନ ପ୍ରଜାତିର କୁକୁର ମିକି, ଇଟାଲିଆନ ବ୍ରିଡ଼ କେନକ୍ରୋସୋ ଇଭିପେକନିସ ପ୍ରଜାତିର ଡଗ୍ ଜାରା ସାଜିଥିଲା ଆକର୍ଷଣ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ଦର୍ଶକଙ୍କ ମନ ମୋହିଥିଲା ପୋଷା କୁକୁରଙ୍କ କ୍ୟାଟ୍ ୱକ୍।

ଏହି ଅବସରରେ ପ୍ରାଣୀ ଯତ୍ନରେ ସମର୍ପିତ ପଶୁପ୍ରେମୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ସୁସ୍ଥ ପ୍ରାଣୀ ଜଗତ ପାଇଁ ଆୟୋଜିତ ହୋଇଥିଲା ସଚେତନତା କାର୍ଯ୍ୟକ୍ରମ । ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଗୃହପାଳିତ ପଶୁ ମାନଙ୍କର କିଭଳି ଯତ୍ନ ନିଆଯିବ ସେନେଇ ପରାମର୍ଶ ଦେଇଥିଲେ ପ୍ରାଣୀ ଚିକିତ୍ସକ । ବୁଲା କୁକୁରଙ୍କୁ ଆପଣାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ପଶୁପ୍ରେମୀ ।